୨୪ ଘଣ୍ଟାରେ ଆମେରିକାରେ ସାମ୍ନାକୁ ଆସିଲା ୨୫ ହଜାର ନୂଆ କେସ୍, ଏବେ ଯାଏଁ ଗଲାଣି ୬୦ ହଜାର ଜୀବନ

କରୋନା ଭାଇରସର ପ୍ରଭାବ ଏବେ ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ଦେଖିବାକୁ ମିଳିଛି। ଆମେରିକାରେ ପ୍ରତିଦିନ କରୋନା ସଂକ୍ରମଣ ଯୋଗୁ ହଜାର ହଜାର ଲୋକଙ୍କ ପ୍ରାଣ ଯାଉଛି। ଏଠାରେ ଏବେ ପର୍ଯ୍ୟନ୍ତ ପ୍ରାୟ ୧୦ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୨୫,୪୦୯ ଟି ନୂଆ ମାମଲା ଦେଖିବାକୁ ମିଳିଛି। ନ୍ୟୁୟର୍କ, ନ୍ୟୁଜର୍ସି, କାର୍ଲିଫର୍ଣ୍ଣିଆରେ ସବୁଠାରୁ ଅଧିକ ମାମଲା ସାମ୍ନାକୁ ଆସିଛି।

ରିପୋର୍ଟ ମୁତାବକ ଆମେରିକାରେ ବୁଧବାର ସୁଦ୍ଧା କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ୧୦ ଲକ୍ଷ ୩୫ ହଜାର ୭୬୫ ରେ ପହଞ୍ଚିଛି। ସେହିଭଳି ଏବେ ଯାଏଁ ମୋଟ ୫୯,୨୬୬ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ଅନ୍ୟପଟେ ପ୍ରାୟ ୧ ଲକ୍ଷ ୪୨ ହଜାର ୨୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି।

US health care costs could help coronavirus spread — Quartz

ଇତିମଧ୍ୟରେ ଆମେରିକାରେ ବିଦେଶ ମାମଲା ଉପରେ ୟୁଏସ ହାଉସ କମିଟି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଫଣ୍ଡିଂ ବନ୍ଦ କରିଥିବା ଟ୍ରମ୍ପ ପ୍ରଶାସନର ନିର୍ଦ୍ଦେଶର ଯାଞ୍ଚ ଆରମ୍ଭ କରିଛି। କମିଟିର ଅଧ୍ୟକ୍ଷ ଏଲିୟଟ ଏଙ୍ଗେଲ ଏନେଇ ସୂଚନା ଦେଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓଙ୍କ ଦ୍ଵାରା ଲିଖିତ ଏକ ପତ୍ରରେ ଡେମୋକ୍ରେଟିକ ପାର୍ଟିର କଂଗ୍ରେସ ସାଂସଦ ଫଣ୍ଡିଂ ରୋକିବା ନିଷ୍ପତ୍ତିକୁ ନିନ୍ଦା କରି ଏହାର ତଦନ୍ତ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.