କରୋନା ସଂକ୍ରମିତ ହେବା ପରେ ପ୍ରଥମେ ନଜର ଆସିବ ଏହି ଲକ୍ଷଣ, କ୍ରମରେ ହେଲା ଚିହ୍ନଟ

କରୋନା ଭାଇରସ୍‌କୁ ନେଇ ଆମେରିକାର ବୈଜ୍ଞାନିକଙ୍କୁ ବଡ଼ ସଫଳତା ମିଳିଛି। ଆମେରିକାର ବୈଜ୍ଞାନିକମାନେ ଏବେ କରୋନାର ଲକ୍ଷଣକୁ କ୍ରମରେ ଚିହ୍ନଟ କରିଛନ୍ତି, ଯାହା ସାହାଯ୍ୟରେ ସହଜରେ ଜାଣିହେବ ବ୍ୟକ୍ତିଙ୍କୁ କରୋନା ହୋଇଛି କି ନାହିଁ। ଆମେରିକାର ବୈଜ୍ଞାନିକମାନେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ କୁହାଯାଇଥିବା ଲକ୍ଷଣକୁ କ୍ରମରେ ପ୍ରସ୍ତୁତ କରିଛନ୍ତି।

ବୈଜ୍ଞାନିକଙ୍କ ଅନୁସାରେ ଯଦି କୌଣସି ବ୍ୟକ୍ତି କରୋନା ସଂକ୍ରମିତ ହେଉଛନ୍ତି ତେବେ ପ୍ରଥମେ ତାଙ୍କୁ ଜ୍ୱର ହେବ। ଏହା ପରେ କାଶ, ମାଂସପେଶୀରେ ପୀଡ଼ା, ମୁଣ୍ଡ ବୁଲାଇବା, ବାନ୍ତି, ଝାଡ଼ା ଆଦି ଲକ୍ଷଣ ପ୍ରକାଶ ପାଇବ।

scientists23

କରୋନା ଲକ୍ଷଣ ଜାଣିଲେ ରୋଗୀଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇପାରିବ। ଶୀଘ୍ର ଚିକିତ୍ସା ହେଲେ ମୃତ୍ୟୁର ଆଶଙ୍କା କମିବ। ଡାକ୍ତରଙ୍କ କହିବାନୁସାରେ କ୍ରମରେ ଜଣାପଡ଼ିବା ପରେ ଏହି ରୋଗକୁ ସମୟ ପୂର୍ବରୁ ନିୟନ୍ତ୍ରଣ କରିହେବ। ଆମେରିକାର ଦକ୍ଷିଣ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚର ପିଟର କୁନ୍‌ଙ୍କ କହିବାନୁସାରେ ଏହି କ୍ରମ ସାହାଯ୍ୟରେ ଆମେ କରୋନା ଭଳି ଫ୍ଲୁ ରୋଗର କେମିତି ଚିକିତ୍ସା କରିପାରିବା ତାହା ଜଣାପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.