ହାଇଦ୍ରାବାଦରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତିବ୍ରତା ୪.୦

ହାଇଦ୍ରାବାଦରେ ଭୂକମ୍ପ ଝଟକା। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜିର ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପ ହାଇଦ୍ରାବାଦର ଦକ୍ଷିଣରେ ସକାଳ ୫ଟା ସମୟରେ ଅନୁଭୂତ ହୋଇଥିଲା। ଏହାର ରିକ୍ଟର ସ୍କେଲରେ ତ୍ରିବତା ୪.୦ ରହିଥିବାର ସୂଚନା ମିଳିଛି।

ସୂଚନା ମୁତାବକ, ଏହି ଭୂକମ୍ପ ହାଇଦ୍ରାବାଦଠୁ ୧୫୬ କିଲୋମିଟର ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ହୋଇଥିଲା। ତେବେ ଏଥିରେ କାହାର ଜୀବନ ହାନି ହେବାର ସୂଚନା ମିଳିନାହିଁ।

ତେବେ ସାଧାରଣତଃ ପୃଥିବୀର ବାହ୍ୟ ଆବରଣରେ ଅଚାନକ ହଲଚଲରୁ ଉତ୍ପନ୍ନ ହେଉଥିବା ଉର୍ଜା ବା ଶକ୍ତିରୁ ଯାହା ଘଟିଥାଏ, ତାକୁ ଭୂକମ୍ପ କୁହାଯାଏ। ଏହାର ଅଧିକ ଶକ୍ତି ଉତ୍ପନ୍ନ ଦ୍ୱାରା ଭୂକମ୍ପର ତିବ୍ରତା ବଢ଼ିଯାଏ। ଶେଷରେ ଧନ ଜୀବନ ନଷ୍ଟ ହୋଇଯାଏ। ଏହାଦ୍ୱାରା ଭୂ ପୃଷ୍ଠରେ କମ୍ପନ ହୋଇଥାଏ। ଏହା ଏକ ପ୍ରାକୃତିକ ଘଟଣା। ଯାହାକି ମନୁଷ୍ୟଙ୍କର ଖାମଖିଆଲି ମନୋଭାବ ଯୋଗୁଁ ହୋଇଥାଏ। ତେବେ ଭୂଗର୍ଭରେ ଏମିତି ଅନେକ ସମସ୍ୟା ଅଛି ଯାହା କାରଣରୁ ମଧ୍ୟ ଏହି ପ୍ରାକୃତିକ ବିପର୍ଯ୍ୟୟ ଘଟିଥାଏ।