Below header

ଆନ୍ଧପ୍ରଦେଶ ଓ ତେଲେଙ୍ଗାନାରେ ବର୍ଷାର ତାଣ୍ଡବ: ରାସ୍ତା ପାଲଟିଲା ନଦୀ, ୧୮ ମୃତ, ପରୀକ୍ଷା ସ୍ଥଗିତ

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ତାଣ୍ଡବ ରଚିଛି ବର୍ଷା। ଲଗାଣ ବର୍ଷାରେ ବେହାଲ ହୋଇପଡିଛି ଏହି ଦୁଇ ରାଜ୍ୟ। ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ। ରାଜ୍ୟର ଚାରିଆଡ଼େ ପାଣି ହିଁ ପାଣି। ରାସ୍ତାଘାଟ ନଦୀ ପାଲଟିଛି। ଲଗାଣ ବର୍ଷା ଯୋଗୁଁ ଚାରିଆଡ଼େ ଜଳମଗ୍ନ ହୋଇଯାଇଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏହା ସହ ଦୁଇଟି ରାଜ୍ୟରୁ ୧୮ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ତେଲେଙ୍ଗାନାରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୪ଜଣଙ୍କ ମୃତ୍ୟୁ ହୋଇଛି।

ଲଗାଣ ବର୍ଷା ପାଇଁ ପରିସ୍ଥିତିକୁ ଦେଖି ଅକ୍ଟୋବର ୧୪ ଏବଂ ୧୫ରେ ଓସମାନିଆ ବିଶ୍ୱବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷା ସ୍ଥଗିତ ରଖାଯାଇଛି। ତେବେ ଏହି ଦୁଇ ରାଜ୍ୟରେ ବର୍ଷା ରଚିଥିବା ତାଣ୍ଡବର ଅନେକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

କେଉଁଠି ଗାଡ଼ି ଭାସିଯାଉଛି ତ କେଉଁଠି ଘର ଭିତରେ ପାଣି ପଶି ଘର ଭୁଶୁଡ଼ି ପଡ଼ୁଛି। ଆଉ କେଉଁଠି ରାସ୍ତାରେ ନଦୀ ଭଳି ଭ୍ରମ ସୃଷ୍ଟି ହେଉଛି। ବିନା କାରଣରେ ଘରୁ ନ ବାହାରିବା ପାଇଁ କୁହାଯାଇଛି। ଆଜି ଏବଂ କାଲି ରାଜ୍ୟରେ ଛୁଟି ଘୋଷଣା କରାଯାଇଛି। ହାଇଦ୍ରାବାଦର ନେହେରୁ ପାର୍କର ଚାରିଆଡେ ବର୍ଷା ଯୋଗୁଁ ପାଣି ଭରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.