Below header

ରାନୀ ମୁଖାର୍ଜୀଙ୍କ ରିଲ୍ ହିରୋ ଫରାଜ ଖାନ୍‌ଙ୍କ ଅବସ୍ଥା ଗୁରୁତର, ଚିକିତ୍ସା ପାଇଁ ଯୋଗାଡ଼ ହୋଇପାରୁନି ୨୫ ଲକ୍ଷ

ମେହେନ୍ଦୀ ଓ ଫରେବ ଭଳି ହିଟ୍‌ ଫିଲ୍ମରେ ନଜର ଆସିଥିବା ପୂର୍ବ ବଲିଉଡ୍‌ ଅଭିନେତା ଫରାଜ ଖାନ୍‌ଙ୍କ ଅବସ୍ଥା ଗୁରୁତର ଅଛି। ଫରାଜ ଏବେ ବେଙ୍ଗାଲୁରୁର ଏକ ମେଡିକାଲରେ ମରଣ ସହ ସଂଘର୍ଷ କରୁଛନ୍ତି। ମହାଭାରତ ଆକ୍ଟର ୟୁସୁଫ୍‌ ଖାନ୍‌ଙ୍କ ପୁଅ ଫରାଜଙ୍କ ବ୍ରେନ୍‌ ଇନ୍‌ଫେକସନ୍‌ ଓ ନିମୋନିଆ ହୋଇଥିବା ଜଣାଯାଇଛି। ଆକ୍ଟର ତଥା ଫିଲ୍ମ ନିର୍ମାତା ପୂଜା ଭଟ୍ଟ ଏନେଇ ଟ୍ଵିଟ୍‌ କରି ସୂଚନା ଦେବା ସହ ଫରାଜଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି।

faraj2

ପୂଜା ଭଟ୍ଟ ନିଜ ଟ୍ଵିଟରରେ ଫରାଜ ଖାନ୍‌ଙ୍କ ଫଟୋ ସେୟାର କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି ପ୍ଲିଜ୍‌ ଯେତେ ପାରୁଛନ୍ତି ସେତେ ସେୟାର କରନ୍ତୁ ଓ ଦାନ କରନ୍ତୁ। ମୁଁ ବି କରୁଛି। ଯଦି ଆଉ କେହି କରିବେ ତେବେ କୃତଜ୍ଞ ରହିବି।

ଫରାଜଙ୍କ ଚିକିତ୍ସା ପାଇଁ ୨୫ ଲକ୍ଷ ଟଙ୍କା ଆବଶ୍ୟକ। ଏହି ଟଙ୍କା ଯୋଗାଡ଼ କରିବା ପାଇଁ ତାଙ୍କ ପରିବାର ଲୋକ ଓ ବନ୍ଧୁ ମିଶି ଏକ ଫଣ୍ଡ ତିଆରି କରିଛନ୍ତି। ସେ ସୋସିଆଲ ମିଡିଆରେ ସାହାଯ୍ୟ ମାଗିବା ପରେ ଏବେ ଯାଏଁ ଫଣ୍ଡକୁ ପ୍ରାୟ ୧ ଲକ୍ଷ ୮ ହଜାର ଟଙ୍କା ଆସିଛି। କିନ୍ତୁ ଚିକିତ୍ସା ପାଇଁ ଆହୁରି ଟଙ୍କା ଦରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.