କେଜ୍ରିୱାଲଙ୍କ ବଡ଼ ଘୋଷଣା, ଦିଲ୍ଲୀରେ ୨୦୦ ୟୁନିଟ୍ ଯାଏ ବିଜୁଳି ବିଲ୍ ମାଫ୍

ପ୍ରଥମେ ଅଧା ଏବେ ପୁରା । କେଜ୍ରିୱାଲଙ୍କ ମାଷ୍ଟରଷ୍ଟ୍ରୋକ୍ । ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏଣିକି ଦିଲ୍ଲୀବାସୀଙ୍କୁ ଦେବାକୁ ପଡିନପାରେ ବିଜୁଳି ବିଲ୍ । କାରଣ ୨୦୦ ୟୁନିଟ୍ ଯାଏ ବିଜୁଳି ବିଲ୍ ସମ୍ପୂର୍ଣ୍ଣ ମାଗଣା ଦେବ ଦିଲ୍ଲୀ ସରକାର । ଯଦି କୌଣସି ଉପଭୋକ୍ତାଙ୍କ ମାସିକ ବିଜୁଳି ବିଲ୍ ୨୦୦ ୟନିଟ୍ ମଧ୍ୟରେ ଆସୁଛି ତେବେ ତାଙ୍କୁ କୌଣସି ବିଲ୍ ଦେବାକୁ ପଡିବନି । କିନ୍ତୁ ୨୦୦ ରୁ ଅଧିକ ଆସିଲେ ପୂର୍ବପରି ପୁରା ବିଲ୍ ଦେବାକୁ ପଡିବ । ୨୦୧୩ ପୂର୍ବରୁ ୨୦୦ ୟୁନିଟ୍ ପାଇଁ ୯୦୦ ଟଙ୍କା ଦେବାକୁ ପଡୁଥିଲା ଏବେ ଏହା ସମ୍ପୂର୍ଣ୍ଣ ମାଗଣା ।

କେଜ୍ରିୱାଲ୍ କହିଛନ୍ତି ତାଙ୍କ ସରକାର ପୂର୍ବରୁ ଦିଲ୍ଲୀରେ ବିଜୁଳି କମ୍ପାନୀଗୁଡିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା । କିନ୍ତୁ ଏବେ କମ୍ପାନୀଙ୍କ କ୍ଷତି ୧୭ ପ୍ରତିଶତ ରୁ ଖସି ହୋଇଯାଇଛି ୮ ପ୍ରତିଶତ । ତେଣୁ ଯେଉଁଠି ସାରାଦେଶ ଦେଉଛି ଅଧିକ ବିଜୁଳି ବିଲ୍ ସେଠି କିନ୍ତୁ ଦିଲ୍ଲୀବାସୀଙ୍କ ପାଇଁ ତାଙ୍କ ସରକାର ଖୁସି କରିଥିବା କହିଛନ୍ତି କେଜ୍ରିୱାଲ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.