ମହୁମାଛିଙ୍କୁ ନିର୍ମମ ଭାବେ ହତ୍ୟା କରୁଛି ଅଷ୍ଟ୍ରେଲିଆ, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଏବେ ଅଷ୍ଟ୍ରେଲିଆରେ ମହୁମାଛିଙ୍କୁ ମାରି ଦିଆଯାଉଛି । କେବଳ ସାଧାରଣ ଜନତା ନୁହେଁ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି । ଯାହା ସୂଚନା ମିଳିଛି, ଅନେକ ମହୁମାଛିଙ୍କୁ ସେଠାରେ ତାଲା ବନ୍ଦ କରି ଦିଆଯାଇଥିବା ବେଳେ ହଜାର ହଜାର ସଂଖ୍ୟାରେ ମହୁମାଛିଙ୍କୁ ମାରି ଦିଆଯାଇଛି ।

ଏହାର କାରଣ ହେଉଛି, ବାରୋଆ ଡେଷ୍ଟ୍ରକଟର ନାମାରେ ଏକ ପାରାସାଇଟ ଚିହ୍ନଟ କରାଯାଇଛି । ଏମାନେ ମହୁମାଛି ପାଇଁ ବଡ଼ ଶତ୍ରୁ ଭାବେ ଦେଖା ଦେଇଛନ୍ତି । ପ୍ରଥମେ ଏହି ପାରାସାଇଟ୍‌କୁ ସିଡନୀ ନିକଟରେ ଥିବା ଏକ ବନ୍ଦର ଅଞ୍ଚଳରେ ଦେଖା ଯାଇଥିଲା । ତେବେ ସପ୍ତାହକ ପରେ ଏମାନେ ଶହେ କିଲୋମିଟର ଦୂର ଜଣେ ବ୍ୟକ୍ତିର ଛାତ ଉପରେ ଦେଖିବାକୁ ମିଳିଲା । ଅଷ୍ଟ୍ରେଲିଆରେ ବହୁସଂଖ୍ୟାରେ ଲୋକେ ମହୁମାଛି ପାଳନ କରିଥାନ୍ତି । ଆଉ ମୋହୁ ବ୍ୟବସାୟ ଦ୍ୱାର ରୋଜଗାର କରନ୍ତି । ତେଣୁ ଏହି ପାରାସାଇଟ୍‌ ଦେଖାଯିବା ପରେ ପୂରା ଦେଶରେ ହାଇଆଲର୍ଟ ଜାରି କରାଯାଇଛି । ଯେଉଁମାନେ ଛାତ ଉପରେ ମୋହୁମାଛି ପାଳନ କରନ୍ତି ସେମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି କି ମୋହୁମାଛିଙ୍କୁ ବାହାରକୁ ଛାଡ଼ିବ ନାହିଁ କି ଛାତରେ କୌଣସି ପରିବର୍ତ୍ତନ କରିବ ନାହିଁ ।

ସରକାରଙ୍କର ଏହି କଡ଼ା ନିର୍ଦ୍ଦେଶ ପରେ ଆଶଙ୍କା କରାଯାଉଛି କି ଅଷ୍ଟ୍ରେଲିଆରେ ମୋହୁ ଓ ମୋହୁଜାତୀୟ ଜିନିଷର ଦାମ୍‌ ବଢ଼ିଯିବ । ଯଦି ଏହି ପାରାସାଇଟ୍‌ ଦ୍ୱାରା ମୋହୁମାଛି ପ୍ରଭାବିତ ହେବେ ତେବେ ସାରା ଦେଶରେ ପ୍ରାୟ ୭ କୋଟି ଡଲାର କ୍ଷତି ହେବ । ଏହା ସହିତ ଫୁଲ ଓ ଫଳ ଚାଷ ମଧ୍ୟ ପ୍ରଭାବିତ ହେବ । କାରଣ ଦେଶରେ ଏକ ତୃତୀୟାଂଶ ଫସଲ ମୋହୁମାଛିଙ୍କ ଜରିଆରେ ହୋଇଥାଏ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.