ମଣଦା ବନାଞ୍ଚଳରେ ପାଳିତ ହେଲା ୭୩ ତମ ବନମହୋତ୍ସବ

ରାଇରଙ୍ଗପୁର (କେନ୍ୟୁଜ) : ମଣଦା ବନାଞ୍ଚଳ ଅନୁକୂଲ୍ୟରେ କୁଆଝରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୩ ତମ ବନମହୋତ୍ସବ ପାଳିତ ହୋଇଯାଇଛି। ରାଇରଙ୍ଗପୁରର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ନଳିନୀକାନ୍ତ ବେହେରାଙ୍କ ମାର୍ଗଦର୍ଶନରେ ବନାଞ୍ଚଳ ଅଧିକାରିଣୀ ଧରିତ୍ରୀ ମୁର୍ମୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା। ବିଶୋଇ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ଭାଗବତ ମହାପାତ୍ର ଚାରା ଗଛ ଲଗାଇ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଲୁହାକାନି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତି ସଲମା ବେସ୍ରା ଉପସ୍ଥିତି ରହି ଏହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ଓ ସମିତିସଭ୍ୟ ଶ୍ରୀ ଦିଲ୍ଲିପ ଗିରି ଚାରା ଗଛ ଲଗାଇ ବନମହୋତ୍ସବ ପାଳନ କରିଥିଲେ।

ଏଥିରେ ACF ଶ୍ରୀ ନବୀନ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବନମହୋତ୍ସବରେ ସମସ୍ତେ ସାମିଲ ହେବାକୁ ଆହ୍ଵାନ୍‌ ଦେଇଥିଲେ। ସମ୍ମାନୀତ ବକ୍ତା ଭାବରେ ସମାଜସେବୀ ଶ୍ରୀ ଲଳିତ ମହାନ୍ତ ଯୋଗ ଦେଇଥିଲେ। ଏଥିରେ ଉପସ୍ଥିତ ପିଲା ଏବଂ SHG ମା ମାନଙ୍କୁ ବନମହୋତ୍ସବର ଲକ୍ଷ୍ୟ ଓ ସଫଳତାକୁ ବୁଝାଇ ଥିଲେ।

charaBPM, OLM ଶ୍ରୀ ଲକ୍ଷ୍ମଣ ବିଶ୍ୱାଳ, SHG ମାଆମାନେ ଏହି ମହୋତ୍ସବରେ ସାମିଲ ହୋଇ ସୁସ୍ଥ ପରିବେଶ ଗଠନ କରିବାରେ ସହାୟକ ହେବାକୁ ଗୁରୁତ୍ୱ ଦେଇଥିଲେ। ବନାଞ୍ଚଳ ପ୍ରକଳ୍ପ ସଂଯୋଜକ ଶ୍ରୀ ବିଜୟକେତେନ ବିଶ୍ୱାଳ ବନସୁରକ୍ଷା ସମିତିର ପ୍ରତ୍ୟେକ ବ୍ୟକ୍ତି ଏହି କାର୍ଯ୍ୟକ୍ରମକୁ ମହୋତ୍ସବରେ ପାଳିବାକୁ ନିବେଦନ କରିଥିଲେ।

ବନରଖୀ ତଥା କୁଆଝରୀ vss ର ସମ୍ପାଦକ ଶ୍ରୀ କୁମୁଦେନ୍ଦୁ ପ୍ରସାଦ ମହାନ୍ତ ସମସ୍ତ ସଂଯୋଜନା କରିବା ସହିତ ଉପସ୍ଥିତ ସମସ୍ତ ଅଧିକାରୀ, ବିଦ୍ୟାଳୟ କର୍ତ୍ତୁପକ୍ଷ, ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ। ବନସୁରକ୍ଷା ସମିତିର ଶ୍ରୀ ରାମଚନ୍ଦ୍ର ମୁର୍ମୁ, ଶ୍ରୀ ଦାସରଥି ମୁର୍ମୁୁ, ଶ୍ରୀ ଲକ୍ଷ୍ମଣ ମାର୍ଣ୍ଡି, ବିରିପୁରSHG ଏବଂ ସାଗୁନ୍‌ SHGର ମାଆମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ବନାଞ୍ଚଳ ଅଧିକାରିଣୀ ଧରିତ୍ରୀ ମୁର୍ମୁ ସବୁ ବିଭାଗ ଓ ଜନପ୍ରତିନିଧିଙ୍କୁ ନେଇ ଗ୍ରାମ ବିକାଶର କାର୍ଯ୍ୟକ୍ରମକୁ ବୁଦ୍ଧିଜିବୀ ମହଲରେ ପ୍ରଶଂସା କରାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.