ପ୍ରଥମେ ଖେଳିଲେ ହୋଲି ଏବେ ଅସହ୍ୟ ତାତିରେ ସୂତାବସ୍ତ୍ର ପିନ୍ଧିଲେ ରାମଲାଲା

ଆରମ୍ଭ ହେଲାଣି ଗ୍ରୀଷ୍ମଋତୁ । ଧୀରେ ଧୀରେ ବୃଦ୍ଧି ପାଉଛି ତାପମାତ୍ରା । ଏହାକୁ ଧ୍ୟାନରେ ରଖି ଅଯୋଧ୍ୟାରେ ରାମଲାଲା ପିନ୍ଧିଲେ ସୂତା ବସ୍ତ୍ର । ଆଜି ରାମଲାଲା ସୂତା ଆରାମଦାୟକ ହସ୍ତତନ୍ତ ସୂତା ପୋଷାକ ପିନ୍ଧିଥିଲେ । ରାମଲାଲା ସୂତା ବସ୍ତ୍ର ପରିଧାନ ନେଇ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ସୋସିଆଲ ମିଡିଆ ଏକ୍ସରେ ଏହା ଫଟୋ ପୋଷ୍ଟ କରିଛି ଟ୍ରଷ୍ଟ ।

ନୂଆଦିଲ୍ଲୀ : ଆରମ୍ଭ ହେଲାଣି ଗ୍ରୀଷ୍ମଋତୁ । ଧୀରେ ଧୀରେ ବୃଦ୍ଧି ପାଉଛି ତାପମାତ୍ରା । ଏହାକୁ ଧ୍ୟାନରେ ରଖି ଅଯୋଧ୍ୟାରେ ରାମଲାଲା ପିନ୍ଧିଲେ ସୂତା ବସ୍ତ୍ର । ଆଜି ରାମଲାଲା ସୂତା ଆରାମଦାୟକ ହସ୍ତତନ୍ତ ସୂତା ପୋଷାକ ପିନ୍ଧିଥିଲେ । ରାମଲାଲା ସୂତା ବସ୍ତ୍ର ପରିଧାନ ନେଇ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ସୋସିଆଲ ମିଡିଆ ଏକ୍ସରେ ଏହା ଫଟୋ ପୋଷ୍ଟ କରିଛି ଟ୍ରଷ୍ଟ । ଆଉ ସବୁଠୁ ବନ କଥା ହେଉଛି ରାମଲାଲାଙ୍କର ଏହି ବସ୍ତ୍ର ହସ୍ତତନ୍ତ ବୁଣା ମଲମଲ କପଡ଼ାରେ ନିର୍ମିତ ହୋଇଛି । ଆଉ ଏହି ବସ୍ତ୍ରରେ ପ୍ରକୃତିକ ନୀଳ ରଙ୍ଗ ଦିଆଯାଇଛି । ଏହାସହ ଗୋଟା ଫୁଲରେ ସୁସଜ୍ଜିତ କରାଯାଇଛି । ରାମଲାଲାଙ୍କର ସୁନ୍ଦର ଫଟୋଚିତ୍ର ସେୟାର କରାଯାଇଛି ।

ସେହିଭଳି ରାମଲାଲା କିଛି ଦିନ ପୂର୍ବରୁ ତାଙ୍କ ଭକ୍ତଙ୍କ ସହ ହୋଲି ଖେଳିଥିଲେ । ୪୯୫ ବର୍ଷ ପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଭବ୍ୟ ରାମ ମନ୍ଦିରରେ ହୋଲି ଖେଳିଥିଲେ ରାମଲାଲା । ବର୍ତ୍ତମାନ ଭଗବାନ ରାମଲାଲାଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାରେ ଏପ୍ରିଲ୍‌ ୧୭ ରାମନବମୀ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୁଖ୍ୟ ସଚିବ ଦୁର୍ଗା ଶଙ୍କର ମିଶ୍ର ଏବଂ ପୋଲିସ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର ରାମ ଜନ୍ମଭୂମି ପରିସରର ସୁରକ୍ଷା ଏବଂ ରାମନବମୀ ମେଳା ପାଇଁ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ତେବେ ଏଥର ରାମନବମୀରେ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯିବ । ଏହି ବୈଠକରେ ରାମଜନ୍ମଭୂମି ପରିସରର ସୁରକ୍ଷାକୁ ଦୃଷ୍ଟିରେ ରଖି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.