ବେଙ୍ଗାଲୁରୁର ପିନିଆ ସ୍ଥିତ ଲାଗେରିଠାରେ ଥିବା ଜଗନ୍ନାଥ ମନ୍ଦିରରେ ବାହୁଡା ଯାତ୍ରା ପାଳିତ

ବେଙ୍ଗାଲୁରୁ (କେନ୍ଯୁଜ) : ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଳନ କରିଛନ୍ତି ପ୍ରବାସୀ ଓଡିଆ। ଅଣସର ଘରୁ ବାହାରିବା ପରେ ମାଉସୀ ମାଆ ଘରକୁ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ରଥରେ ଯାଇଥିଲେ କାଳିଆ ସାଆନ୍ତ । ୯ ଦିନ ରହିବା ପରେ ଜନ୍ମ ବେଦୀରୁ ରତ୍ନ ବେଦୀକୁ ଫେରିଛନ୍ତି ୩ ଭାଇଭଉଣୀ। ବେଙ୍ଗାଲୁରୁ ପିନିଆ ସ୍ଥିତ ଲାଗେରିଠାରେ ଥିବା ଜଗନ୍ନାଥ ମନ୍ଦିରରେ ପାଳିତ ହୋଇଯାଇଛି ବାହୁଡ଼ାଯାତ୍ରା ।

କର୍ଣ୍ଣାଟକ ସରକାରଙ୍କ କଟକଣା କୋହଳ ପରେ ବେଙ୍ଗାଲୁରୁ ଓଡିଆ ସମାଜ ଜୟ ଜଗନ୍ନାଥ ପୂଜା ସମିତି ପକ୍ଷରୁ ବାହୁଡ଼ାଯାତ୍ରା ସମ୍ପନ୍ନ ହୋଇଛି। ସମିତିର ସଭାପତି ବରଦା ପ୍ରସନ୍ନ ଆଚାର୍ଯ୍ୟ, ଉପସଭାପତି ପ୍ରମୋଦ ନାୟକଙ୍କ ସମେତ ସମସ୍ତ ସଦସ୍ୟଙ୍କ ସହଯୋଗରେ ଏହି ବାହୁଡ଼ାଯାତ୍ରା ଶେଷ ହୋଇଛି। କୋଭିଡ୍‌ କଟକଣାରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.