ସ୍ଥଗିତ ହେଲା ଜାନୁଆରୀ ୩୦-୩୧ ରେ ହେବାକୁ ଥିବା ବ୍ୟାଙ୍କ ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ : ଜାନୁଆରୀ ୩୦-୩୧ ତାରିଖରେ ହେବାକୁ ଥିବା ବ୍ୟାଙ୍କ୍‌ ୟୁନିଅନର ଧର୍ମଘଟ ସ୍ଥଗିତ ହୋଇଯାଇଛି । ଧର୍ମଘଟ ପୂର୍ବରୁ ଯେଉଁ ଆଲୋଚନା ବୈଠକ ବସିଥିଲା, ସେଥିରେ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ୟୁନାଇଟେଡ ଫୋରମ ଅଫ୍‌ ବ୍ୟାଙ୍କ ୟୁନିଏନ୍‌ ଦ୍ୱାରା ମୁମ୍ବାଇରେ ବସିଥିବା ଆଲୋଚକ ବୈଠକରେ ୩୦-୩୧ ତାରିଖ ଧର୍ମଘଟ ସ୍ଥଗିତ ହେବା ନେଇ ନିଷ୍ପତ୍ତି ନିଆଯାଇଥିଲା ।

ବ୍ୟାଙ୍କ କର୍ମଚାରୀ ସଂଘର ଅଖିଳ ଭାରତୀୟ ମହା ସଚିବ ସି ଏଚ୍‌ ଭେଙ୍କଟଚଳମ ଏହି ସୂଚନା ଦେଇଥିଲେ । ମହା ସଚିବ କହିଥିଲେ ଯେ ଧର୍ମଘଟ କରିବା ପୂର୍ବରୁ ବ୍ୟାଙ୍କ ସଂଘ ୩୧ ଜାନୁଆରୀରେ ତା’ର ଦାବିକୁ ନେଇ ପ୍ରଥମେ ଆଲୋଚାନ କରିବ । ଭାରତୀୟ ବ୍ୟାଙ୍କ ସଂଘ ୩୧ ଜାନୁଆରୀରେ ୟୁନିଅନ ସହ ବୈଠକ କରିବାକୁ ସହମତ ହୋଇଛନ୍ତି ।

ଶୁକ୍ରବାର ହୋଇଥିବା ଆଲୋଚନା ବୈଠକରେ ନିଷ୍ପତ୍ତି ନିଆଯାଇଛି କି ୫ ଦିବସୀୟ ବ୍ୟାଙ୍କିଙ୍ଗ୍‌, ପେନସନର ଅପେଡେସନ ଓ ପୁରୁଣା ପେନସନ ଯୋଜନାର ପୁନଃ କାର୍ଯ୍ୟକାରୀତା ଭଳି ୩ ଦଫା ଦାବି ନେଇ ୩୧ ଜାନୁଆରୀରେ ଆଲୋଚନା କରାଯିବ । ଏହାଛଡ଼ା ଅନ୍ୟ ଦାବି ଉପରେ ଓ ଶ୍ରମିକ ସଂଘ ସହ ଅଲଗା ଆଲୋଚନା କରାଯିବ ।

କେତେକ ବ୍ୟାଙ୍କ ୟୁନିଅନ୍‌ ସଂଘ (ୟୁଏଫ୍‌ ବିୟୁ) ପୂର୍ବରୁ ବିଭିନ୍ନ ଦାବି ନେଇ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଥିଲା । କାରଣ ଦୀର୍ଘ ଦିନ ଧରି ବିଭିନ୍ନ ଦାବି ନେଇ ମନ୍ତ୍ରଣାଳୟକୁ ଅବଗତ କରାଯାଇଥିଲା । ହେଲେ ଏହା ଉପରେ କୌଣସି ନିଷ୍ପତି ନିଆଯାଇ ନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.