ଟ୍ରାଫିକ ନିୟମ ଭାଙ୍ଗିବାରେ ସେଞ୍ଚୁରୀ ମାରିଲେ ବେଙ୍ଗାଲୁରୁ ଯୁବକ, ଏବେ ଦେବେ ୫୬,୦୦୦ ଟଙ୍କା ଜରିମାନା

ଯୁବକ ଜଣକର ରଙ୍ଗ ରୁଟରେ ଗାଡି ଚଲାଇବା, ବିନା ହେଲମେଟ, ନୋ ପାର୍କିଂ ସ୍ଥାନରେ ପାର୍କିଂ ଏବଂ ଅନ୍ୟ ଟ୍ରାଫିକ ନିୟମ ଭାଙ୍ଗିବା ଯୋଗୁଁ ୫୬,୦୦୦ ଟଙ୍କାର ଚାଲାଣ କଟିଛି । ଭିଡିଓ ସେୟାର କରିଥିବା ବ୍ୟକ୍ତି ଯୁବକଙ୍କ ବିରୋଧରେ ବେଙ୍ଗାଲୁରୁ ପୋଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ମଧ୍ୟ କରିଛି ।

ରଙ୍ଗ ରୁଟ୍‌ରେ ବିନା ହେଲମେଟରେ ଗାଡି ଚଲାଇବା ଯୁବକଙ୍କୁ ମହଙ୍ଗା ପଡିଛି । ଆଉ ଏଥିପାଇଁ ଯୁବକଙ୍କୁ ସ୍କୁଟି ଦାମ୍‌ ଭଳି ୫୬,୦୦୦ ଟଙ୍କାର ଚାଲାଣ ମଧ୍ୟ କଟିଛି । କେବଳ ସେତିକି ନୁହେଁ ଯୁବକ ଜଣକ ଟ୍ରାଫିକ ନିୟମ ଭାଙ୍ଗିବାରେ ଶତକ ମାରିଛନ୍ତି । ଅର୍ଥାତ୍‌ ଯୁବକ ଜଣକ ୧୦୦ ଥର ଟ୍ରାଫିକ ନିୟମ ଭାଙ୍ଗିସାରିଛନ୍ତି । ଆଉ ଯୁବକଙ୍କ ଟ୍ରାଫିକ ନିୟମ ଭାଙ୍ଗିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଭିଡିଓଟି@One Amongst Youନାମକ ଟ୍ଵିଟର ଆକାଉଣ୍ଟରେ ସେୟାର ହୋଇଛି । ଭିଡିଓଟି ବେଙ୍ଗାଲୁରୁର ବୋଲି ଜଣାପଡିଛି । ଯେଉଁଥିରେ ଗାଡି ନମ୍ବର ସହିତ କେତେ ଟଙ୍କାର ଟ୍ରାଫିକ ଚାଲାଣ କଟିଛି, ତାହା ମଧ୍ୟ ଦେଖିବାକୁ ମିଳିଛି । ଯୁବକଙ୍କର ୯୯ ଥର ଚାଲାଣ କଟିଥିବା ବେଳେ ଏହାକୁ ମିଶାଇ ୧୦୦ ଥର ଚାଲାଣ କଟିଛି । ଆଉ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ପାଇଁ ୫୬,୦୦୦ ଟଙ୍କାର ଜରିମାନା ଲାଗିଛି ।

ତେବେ ଭିଡିଓଟି କୌଣସି କାରରୁ ସୁଟିଂ ହୋଇଥିବା ଜଣାପଡିଛି । ଭିଡିଓରେ ଦେଖିବାକୁ ମିଳିଛି, ଯୁବକ ଜଣକ ସ୍କୁଟିରେ ବସି ରଙ୍ଗ ରୁଟରେ ଆସୁଛନ୍ତି । କାର ଚାଳନ ଏହାକୁ ଦେଖି ଗାଡି ରଖିବା ପରେ ମଧ୍ୟ ଯୁବକ ଜଣକ ପୁଣି ଥରେ ରଙ୍ଗ ରୁଟ୍‌ରେ ଗାଡି ନେଇ ଯାଉଛନ୍ତି ।

ଯୁବକ ଜଣକର ରଙ୍ଗ ରୁଟରେ ଗାଡି ଚଲାଇବା, ବିନା ହେଲମେଟ, ନୋ ପାର୍କିଂ ସ୍ଥାନରେ ପାର୍କିଂ ଏବଂ ଅନ୍ୟ ଟ୍ରାଫିକ ନିୟମ ଭାଙ୍ଗିବା ଯୋଗୁଁ ୫୬,୦୦୦ ଟଙ୍କାର ଚାଲାଣ କଟିଛି । ଭିଡିଓ ସେୟାର କରିଥିବା ବ୍ୟକ୍ତି ଯୁବକଙ୍କ ବିରୋଧରେ ବେଙ୍ଗାଲୁରୁ ପୋଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ମଧ୍ୟ କରିଛି ।

ସୂଚନା ମୁତାବକ, ବେଙ୍ଗାଲୁରୁରେ ବିନା ହେଲମେଟ ଗାଡି ଚଲାଇବା, ନୋ ଏଣ୍ଟ୍ରି, ଗାଡି ନମ୍ବର ପ୍ଲେଟ ନଥିଲେ ୫୦୦ ଟଙ୍କା ଚାଲାଣ କଟିଥାଏ । ଏହାଛଡା ଦୁଇଚକିଆ ଯାନରେ ମୋବାଇଲରେ କଥା ହେଲେ ୧୦୦୦ ଟଙ୍କା ଚାଲାଣ କଟିଥାଏ । ସେହିପରି ନୋ ପାର୍କିଂ ଜୋନରେ ଗାଡି ଚଲାଇଲେ ୫୦୦ ଟଙ୍କା ଜରିମାନା ଲାଗିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.