ଟାଇଗର 3ର ଟିଜର ଆଉଟ୍‌: ଜବରଦସ୍ତ ଆକ୍ସନ ସିକ୍ୱେନ୍ସ ଦେଖି ଉଡିବ ହୋସ୍‌

ଦମଦାର ଲୁକ୍‌ ଏବଂ ଆକ୍ସନ ସହ ରିଲିଜ ହୋଇଛି ଟାଇଗର ୩ର ଟିଜର୍‌ । ସଲମାନ୍‌ ଖାନ ଓ କ୍ୟାଟ୍ରିନା କୈଫ୍‌ଙ୍କ ଅଭିନୀତ ଫିଲ୍ମ ‘ଟାଇଗର 3’ ପାଇଁ ଫ୍ୟାନ୍ସମାନେ ଅତି ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ଦମଦାର ଲୁକ୍‌ ଏବଂ ଆକ୍ସନ ସହ ରିଲିଜ ହୋଇଛି ଟାଇଗର ୩ର ଟିଜର୍‌ । ଟିଜର୍‌ ରିଲିଜ ହେବା ପରେ ଫ୍ୟାନ୍ସ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି । ସଲମାନ୍‌ ଖାନ ଓ କ୍ୟାଟ୍ରିନା କୈଫ୍‌ଙ୍କ ଅଭିନୀତ ଫିଲ୍ମ ‘ଟାଇଗର 3’ ପାଇଁ ଫ୍ୟାନ୍ସମାନେ ଅତି ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏବେ ଏହି ଅପେକ୍ଷାର ଅନ୍ତ ହେବାକୁ ଯାଉଛି ।

୨୦୧୨ରେ ୟଶରାଜ ଫିଲ୍ମ ପ୍ରଯୋଜନାରେ ପ୍ରଥମ ଥର ପାଇଁ ଆସିଥିଲା ‘ଏକ୍‌ ଥା ଟାଇଗର’ । ଏହା ସେହି ବର୍ଷର ସବୁଠୁ ବଡ ହିଟ୍‌ ଫିଲ୍ମ ଥିଲା ।ଏହି ଯୋଡି ବକ୍ସ ଅଫିସରେ ଧମାଲ  କରିଥିଲା। ଜଣେ ଏଜେଣ୍ଚଙ୍କ ଦେଶଭକ୍ତି ଏବଂ ଲଭଷ୍ଟୋରୀ ଦେଖାଯାଇଥିଲା ଏହି ଫିଲ୍ମରେ । ଯାହାକି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା ।

୨୦୧୭ରେ ଏହାର ୨ୟ ଫ୍ରାଞ୍ଚାଇଜ ‘ଟାଇଗର ଜିନ୍ଦା ହେ’ ଆସିଥିଲା । ଏଥିରେ ମଧ୍ୟ ସଲମାନ ଓ କ୍ୟାଟ୍ରିନା ନଜର ଆସିଥିଲେ । ନିଜ ପ୍ରଥମ ଫ୍ରାଞ୍ଚାଇଜର ରେକର୍ଡ ଭାଙ୍ଗିଥିଲା ଏହି ଫିଲ୍ମ । ନିଜ ଏଜେଣ୍ଟ ଚାକିରୀ ଛାଡିବା ପରେ ମଧ୍ୟ କିପରି ଦେଶ ପାଇଁ ସେବା ଜାରି ରଖିଛନ୍ତି ଏହା ବିଷୟରେ ଫିଲ୍ମରେ ଦେଖାଯାଇଥିଲା । ଏବେ ରିଲିଜ ହୋଇଛି ଟାଇଗର 3ର ଟିଜର । ଆସନ୍ତା ଦୀପାବଳୀରେ ବକ୍ସ ଅଫିସ୍‌କୁ ଆସିବ ‘ଟାଇଗର 3’ । ପୁଣି ଥରେ ଜମିବ ଟାଇଗର ଓ ଜୋୟାଙ୍କ ଯୋଡି ।

ସଲମାନ ଓ କ୍ୟାଟ୍ରିନାଙ୍କ ବ୍ୟତୀତ ଏଥିରେ ଇମ୍ରାନ ହାସମି ଭିଲିଆନ ରୂପରେ ନଜର ଆସିବେ । ଏହି ଫିଲ୍ମର ବଜେଟ୍‌ ୫୮୦ କୋଟି ରଖାଯାଇଛି । ଏହାର ନିର୍ଦ୍ଦେଶନା ମନୀଷ ଶର୍ମା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.