ଆସନ୍ତାକାଲି ପୁଣି ହାଇଭୋଲଟେଜ୍‌ ପଲିଟିକାଲ୍‌ ସୋ, ଗୋଟିଏ ଦିନରେ ତିନିଟି ଦଳର କାର୍ଯ୍ୟକ୍ରମ

ଭୁବନେଶ୍ବର : ବହୁ ଦିନ ପରେ ଗତମାସରେ ଓଡ଼ିଶା ଆସିଥିଲେ ରାହୁଲ ।  ଏବେ ୧୫ ଦିନ ଭିତରେ ଦ୍ୱିତୀୟ ଗସ୍ତ। କାଲି କଳାହାଣ୍ଡି ଓ ରାଉରକେଲା ଗସ୍ତ ରହିଛି। ଭୁବନେଶ୍ୱର ସମାବେଶ ପରେ ଉତ୍ସାହିତ ଥିଲେ କଂଗ୍ରେସ କର୍ମୀ। ଏବେ ୯ ବର୍ଷ ପରେ ପୁଣି କେବିକେ ଅଂଚଳକୁ ରାହୁଲଙ୍କ ଗସ୍ତ। ଯାହାକୁ ନେଇ ଉତ୍ସାହିତ ଅଛନ୍ତି ନେତା। ପଞ୍ଚାୟତ ନିର୍ବାଚନ ପରେ କଳାହାଣ୍ଡିରେ ଦୁର୍ବଳ ପଡିଥିବା କଂଗ୍ରେସକୁ ନୂଆ ସଞ୍ଜିବନୀ ମିଳିଛି । କଳାହାଣ୍ଡି ପରେ ରାହୁଲଙ୍କ ରାଉରକେଲା କାର୍ଯ୍ୟକ୍ରମ। ସେପଟେ ସୁନ୍ଦରଗଡ଼ରେ ହାତ ଛାଡିଥିବା ଯୋଗେଶ ସିଂହ କାଲି ଶଙ୍ଖ ଫୁଙ୍କିବେ।

ସେପଟେ କାଲି ହିଁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଓଡ଼ିଶା ଗସ୍ତ ରହିଛି। ପାରାଦୀପ ବିଶୋଧନାଗାରଠାରେ ପଲିପ୍ରପ୍‌ଲିନ୍‌ କାରଖାନାରେ ଉଦ୍‌ଘାଟନ ସହ ମନୋଇଥାଇଲିନ୍‌ ଗ୍ଲାଇକୋଲ କାରଖାନା ଓ ଏଲ୍‌ପିଜି ଆମଦାନୀ ଟର୍ମିନାଲ ପାଇଁ ଶିଳାନ୍ୟାସ କରିବେ। ମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ବିଜେପି କ୍ୟାମ୍ପ, ବ୍ୟାପକ ପ୍ରସ୍ତୁତି କରିଛି।

କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ। ଯାହାକୁ ନେଇ ବିଜେପି ବିକାଶର ପ୍ରଚାର ଚଳାଇଛି। ସେପଟେ କଂଗ୍ରେସ ଛାଡିଥିବା ନେତା ବିଜେଡିରେ ମିଶିବାକୁ ଯାଉଛି। ଏ ସମୟରେ କଂଗ୍ରେସର ମନୋବଳ ବଢାଇବାକୁ ଆସୁଛନ୍ତି ରାହୁଲ।

Leave A Reply

Your email address will not be published.