ବାରଣାସୀରୁ ମିଳିଲା ଜେପି ନଡ୍ଡାଙ୍କ ଚୋରି ହୋଇଥିବା କାର, ୨ ଗିରଫ
ଜେପି ନଡ୍ଡାଙ୍କ ପତ୍ନୀ ମଲ୍ଲିକା ନଡ୍ଡାଙ୍କ ଫଚ୍ୟୁନର କାର ଗତ ମାସ ମାର୍ଚ୍ଚ ୧୯ ତାରିଖରେ ଚୋରି ହୋଇଥିଲା । କାର୍ ବାରଣାସୀରୁ ପୋଲିସକୁ ମିଳିଛି । ତେବେ ପୋଲିସ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ ଚୋରି ହୋଇଥିବା କାର୍ ବାରଣାସୀରୁ ପୋଲିସକୁ ମିଳିଛି । ଜେପି ନଡ୍ଡାଙ୍କ ପତ୍ନୀ ମଲ୍ଲିକା ନଡ୍ଡାଙ୍କ ଫଚ୍ୟୁନର କାର ଗତ ମାସ ମାର୍ଚ୍ଚ ୧୯ ତାରିଖରେ ଚୋରି ହୋଇଥିଲା । ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରୁ କାର ଚୋରି ହୋଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା ।
କାର ଡ୍ରାଇଭର ଯୋଗିନ୍ଦର କାର ସର୍ଭିସ ପାଇଁ ନେଇ ଯାଇଥିବା ବେଳେ ଖାଇବାକୁ ଘରକୁ ଯାଇଥିଲେ । ଏହି ସମୟରେ କେହି ଦୁର୍ବୃତ୍ତ ସୁଯୋଗ ଦେଖି କାର ଚୋରି କରିନେଇଥିଲା । ଡ୍ରାଇଭର ପୋଲିସକୁ ଅଭିଯୋଗ କରିବା ପରେ ପୋଲିସ କାରକୁ ଖୋଜିଥିଲା । ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି କାର୍ ଗୁରୁଗ୍ରାମ ଆଡକୁ ଯାଉଥିବା ଜାଣିବାକୁ ପାଇଥିଲା ।
ତେବେ ପୋଲିସ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି । ପୋଲିସ ଛାନଭିନରୁ ଜାଣିବାକୁ ପାଇଛି, ଦୁର୍ବୃତ୍ତ ଏକ କାରରେ ଜେପି ନଡ୍ଡାଙ୍କ ପତ୍ନୀଙ୍କ କାର ଚୋରି କରିବାକୁ ଆସିଥିଲେ । ପଚରାଉଚରା ପରେ ଦୁର୍ବୃତ୍ତ କହିଛି, ଏମାନେ କାରକୁ ନାଗାଲାଣ୍ଡ ନେଇ ଯାଇଥିବା ବେଳେ ପୋଲିସ ବାରଣାସୀରେ ଘେରି ଯାଇଥିଲା । ମାମଲାରେ ପୋଲିସ ବଡକଲରେ ରହୁଥିବା ଶାହିଦ ଏବଂ ଶିବାଙ୍ଗଙ୍କୁ ଗିରଫ କରିଛି । ବଡକଲକୁ ନେଇ ଏମାନେ କାରର ନମ୍ବର ପ୍ଲେଟ ବଦଳାଇଥିଲେ । ଏହାପରେ ଅଲିଗଢ, ଲକ୍ଷ୍ମୀପୁର ଖିରି, ବରେଲୀ, ସୀତାପୁର, ଲକ୍ଷ୍ନୌ ହୋଇ ବନାରସ ଯାଇଥିଲେ ।
Delhi Police recover stolen SUV of BJP chief JP Nadda’s wife; two held
Read @ANI Story | https://t.co/0dYglBip6r#DelhiPolice #Nadda #BJP pic.twitter.com/tXyogKjqt2
— ANI Digital (@ani_digital) April 7, 2024
ସୂଚନାଯୋଗ୍ୟ,ଗତ ୧୯ ତାରିଖରେ ସର୍ଭିସିଂ ପାଇଁ ଯାଇଥିବା ବେଳେ ଧଳା ରଙ୍ଗର ଫର୍ଚ୍ୟୁନର କାର ଚୋରି ହୋଇ ଯାଇଥିଲା । ଜେପି ନଡ୍ଡାଙ୍କ ପତ୍ନୀ ମଲ୍ଲିକା ନଡ୍ଡାଙ୍କ ଫର୍ଚ୍ୟୁନର କାର୍ ସର୍ଭିସିଂ ସେଣ୍ଟରରେ ଡ୍ରାଇଭର ଗାଡ଼ିକୁ ଛାଡ଼ି ଖାଇବାକୁ ଯାଇଥିଲେ । ତା’ ପରେ ସର୍ଭିସିଂ ସେଣ୍ଟରରୁ ଗାଡି ଗାୟବ ହୋଇଯାଇଥିଲା । ପୋଲିସ କାର ଖୋଜିବା ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରୁଥିଲା ।
ସୂଚନାଯୋଗ୍ୟ, ୨୦୨୩ରେ ଦିଲ୍ଲୀରେ ଦିନକୁ ପ୍ରାୟ୧୦୫ ଗାଡି ଚୋରି ହେଉଥିବା ମାମଲା ଦାୟର ହୋଇଛି । ୧୪ ମିନିଟରେ ଗୋଟେ ଗାଡି ଚୋରି ହେଉଥିବା ରିପୋର୍ଟ ମିଳିଛି ।