ପୁଡିଚେରୀରେ ଗୃହ ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ବୋମା ପକାଇ ପିଟି ପିଟି ହତ୍ୟା କଲେ

ପୁଡୁଚେରୀରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗୃହମନ୍ତ୍ରୀଙ୍କ ଜଣେ ସମ୍ପର୍କୀୟଙ୍କୁ କିଛି ଲୋକ ପିଟି ପିଟି ମାରି ଦେଇଛନ୍ତି । ପ୍ରଥମେ ତାଙ୍କ ଉପରକୁ ବୋମା ପକାଇବା ପରେ ସେ ତଳେ ପଡିଯାଇଥିଲେ । ପରେ ତାଙ୍କୁ ପିଟି ପିଟି ମାରିଦେଇଥିବା ଜଣାଯାଇଛି । ରବିବାର ରାତି ପ୍ରାୟ ୯ଟାରେ ଘଟିଛି ଏହି ଅଘଟଣ ।

ଚେନ୍ନାଇ : ପୁଡୁଚେରୀରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗୃହମନ୍ତ୍ରୀଙ୍କ ଜଣେ ସମ୍ପର୍କୀୟଙ୍କୁ କିଛି ଲୋକ ପିଟି ପିଟି ମାରି ଦେଇଛନ୍ତି । ପ୍ରଥମେ ତାଙ୍କ ଉପରକୁ ବୋମା ପକାଇବା ପରେ ସେ ତଳେ ପଡିଯାଇଥିଲେ । ପରେ ତାଙ୍କୁ ପିଟି ପିଟି ମାରିଦେଇଥିବା ଜଣାଯାଇଛି । ରବିବାର ରାତି ପ୍ରାୟ ୯ଟାରେ ଘଟିଛି ଏହି ଅଘଟଣ ।

୭ ଜଣ ଲୋକ ବାଇକରେ ଆସି ୪୫ ବର୍ଷ ବୟସ୍କ ସେନ୍ତିଲ କୁମାରଙ୍କ ଉପରକୁ ବୋମା ପକାଇଥିଲେ । ସେ ତଳେ ପଡିଯିବା ପରେ ତାଙ୍କୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ପୁଡ୍ଡୁଚେରୀର ଗୃହମନ୍ତ୍ରୀ ଏ. ନମଚି଼ବାୟାମଙ୍କ ଆତ୍ମୀୟ ତଥା ‘ବିଜେପି’ର ଜଣେ କର୍ମୀ।

ଏହି ଖବର ପାଇବା ପରେ ଗୃହ ମନ୍ତ୍ରୀଙ୍କ ସହ ଶତାଧିକ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ସିସିଟିଭି ଆଧାରରେ ଦୁର୍ବୃତ୍ତଙ୍କ ସନ୍ଧାନ ଜାରି ରଖିଛି । ସିସିଟିଭିରେ ଦେଖାଯାଇଛି ଯେ କୁମାରଙ୍କ ଆଡକୁ ବୋମା ଫିଙ୍ଗିବା ଦ୍ୱାରା ସ୍ଥାନଟି ଧୂଆଁମୟ ହୋଇଯାଇଛି । ପରେ ଅନ୍ୟ ୬/୭ ଜଣ ଲୋକ ତାଙ୍କୁ ବାଡିରେ ପିଟି ପିଟି ମାରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.