ଶାହାଙ୍କ କର୍ଣ୍ଣାଟକ ଗସ୍ତ ବେଳେ ସୁରକ୍ଷା ବଳୟ ଭଙ୍ଗ, ଦୁଇ ଛାତ୍ର ଅଟକ

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ କର୍ଣ୍ଣାଟକ ଗସ୍ତ ବେଳେ ସୁରକ୍ଷା ବଳୟକୁ ଭାଙ୍ଗିଥିବା ଦୁଇ ଛାତ୍ରଙ୍କୁ ପୋଲିସ ଗିରଫ କରିଛି । ଗିରଫ ଦୁଇ ଛାତ୍ର ବେଙ୍ଗାଲୁରର ହୋଇଥିବା ବେଳେ ଉଭୟଙ୍କର ନାମ ଇମ୍ରାନ ଓ ଜିବ୍ରନ ବୋଲି ଜଣାଯାଇଛି । ଏହି ଘଟଣା ରବିବାର ବିଳମ୍ବିତ ରାତିରେ ଘଟିଥିଲା ।

ବେଙ୍ଗାଲୁର : କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ କର୍ଣ୍ଣାଟକ ଗସ୍ତ ବେଳେ ସୁରକ୍ଷା ବଳୟକୁ ଭାଙ୍ଗିଥିବା ଦୁଇ ଛାତ୍ରଙ୍କୁ ପୋଲିସ ଗିରଫ କରିଛି । ଗିରଫ ଦୁଇ ଛାତ୍ର ବେଙ୍ଗାଲୁରର ହୋଇଥିବା ବେଳେ ଉଭୟଙ୍କର ନାମ ଇମ୍ରାନ ଓ ଜିବ୍ରନ ବୋଲି ଜଣାଯାଇଛି । ଏହି ଘଟଣା ରବିବାର ବିଳମ୍ବିତ ରାତିରେ ଘଟିଥିଲା ।

ଶ୍ରୀ ଶାହା କର୍ଣ୍ଣାଟକ ଗସ୍ତ ସମାପ୍ତ କରି ନୂଆଦିଲ୍ଲୀ ଫେରିବା ପାଇଁ ହାଲ ଏୟାରପୋର୍ଟକୁ ଯାଉଥିବା ବେଳେ ଛାତ୍ର ଦୁଇଜଣ ନିୟମ ଭାଙ୍ଗି ଶାହାଙ୍କ ସୁରକ୍ଷା ବଳୟ ମଧ୍ୟକୁ ବାଇକ୍‌ ଯୋଗେ ହଠାତ୍‌ ପଶି ଯାଇଥିଲେ । ପୋଲିସ ତାଙ୍କୁ ଅବରୋଧ କରିବା ପାଇଁ ପ୍ରାୟ ୩୦୦ ମିଟର ଧରି ପିଛା କରିଥିବା ବେଳେ ସେ ଦୁହେଁ ଅଟକି ନଥିଲେ ।

ପୋଲିସ ତାଙ୍କୁ ମନିପାଲ ସେଣ୍ଟର ନିକଟରେ ଅଟକାଇଥିଲା । ଉଭୟଙ୍କ ମଧ୍ୟରୁ ଜଣକୁ ଧରି ପାରିଥିଲା । ହେଲେ ଅନ୍ୟ ଜଣେ ଖସିଯାଇଥିଲା । ପୋଲିସ ପରେ ଉକ୍ତ ଯୁବକକୁ ଗିରଫ କରିଛି । ତଦନ୍ତରୁ ଜଣାପଡିଛି ଯେ ଉଭୟ ଛାତ୍ରଙ୍କର କୌଣସି ଅପରାଧୀକ ପୃଷ୍ଟଭୂମୀ ନାହିଁ ।

ସେଦୁହେଁ ପୋଲିସକୁ ଦେଖି ଭୟଭୀତ ହୋଇ ଜୋରରେ ଚାଲିଯିବାକୁ ଚେଷ୍ଟା କରି ସୁରକ୍ଷା ବଳୟ ମଧ୍ୟକୁ ପଶି ଆସିଥିଲେ । ପୋଲିସ ଉଭୟ ଛାତ୍ରଙ୍କ ନାମରେ ଏକ ମାମଲା ର ୁଜୁ କରିଛି । ପ୍ରକାଶଯୋଗ୍ୟ ଯେ ଏଥିପୂର୍ବରୁ ଜାନୁଆରୀ ୧୪ ରେ କୁନାଲ ଧୋଙ୍ଗଡିରେ ଜଣେ ଯୁବକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୁଲମାଳ ଦେବାକୁ ସୁରକ୍ଷା ବଳୟ ଭାଙ୍ଗି ପଶି ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.