ଜୁଲାଇ୧୫ରୁ ମାଗଣାରେ ମିଳିବ ବୁଷ୍ଟର ଡୋଜ, ଘୋଷଣା କଲେ କେନ୍ଦ୍ର ସରକାର

 ନୂଆଦିଲ୍ଲୀ:  ଆଜି କେନ୍ଦ୍ରକେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ  ଅନୁରାଗ ଠାକୁର ଏକ ଜରୁରୀ ଘୋଷଣା କରିଛନ୍ତି । ଏହା ଦ୍ୱାରା ଦେଶର ଅସଂଖ୍ୟ ଜନସାଧାରଣ ନିହାତି ରୂପେ ଉପକୃତ ହେବେ । ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତୀ ଅବସରରେ ଜୁଲାଇ ୧୫ ତାରିଖ ଠାରୁ ୧୮ ବର୍ଷ ବୟସରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଆଗାମୀ ୭୫ ଦିନ ଯାଏଁ ମାଗଣାରେ ବୁଷ୍ଟର ଡୋଜ ଦିଆଯିବ । “ଆଜାଦି କା ଅମ୍ରିତ କାଲ” ଅବସରରେ ଶ୍ରୀ ଠାକୁର ଏହି ଘୋଷଣା କରିଛନ୍ତି । ଚଳିତ ବର୍ଷ ଭାରତ ବ୍ରିଟିଶ ଠାରୁ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପାଳିବାକୁ ଯାଉଛି । ଏହି ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଥିବା ଜଣାଯାଇଛି ।

କହିରଖିବା ଉଚିତ ହେବକି ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢୁଥିବା ବେଳେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଆସନ୍ତା ୧୫ ତାରିଖରୁ ୭୫ ଦିନ ଯାଏ ଦେଶରେ ୧୮ ବର୍ଷରୁ ୫୯ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ମାଗଣାରେ ଦିଆଯିବ ବୁଷ୍ଟର ଡୋଜ୍‌ । କେବଳ ସରକାରୀ ହସ୍ପିଟାଲରେ ମାଗଣାରେ ବୁଷ୍ଟର ଡୋଜ୍‌ ମିଳିବ । ଏନେଇ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ହୋଇଛି । ଏବେ ବେସରକାରୀ ହସ୍ପିଟାଲରେ ବୁଷ୍ଟର ଟିକା ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.