ବାହାଘର କାର୍ଡ଼ରେ ବିଜେପିର ପ୍ରଚାର, ବରକୁ ବାନ୍ଧି ନେଲା ପୋଲିସ୍‌

ଅହମଦାବାଦ : ନିଜ ବାହାଘର କାର୍ଡ଼ରେ ବିଜେପି ପ୍ରାର୍ଥୀଙ୍କ ପ୍ରଚାର କରୁଥିଲେ । ଶେଷରେ ବାନ୍ଧି ନେଲା ପୋଲିସ୍‌ । ବାହାଘରର ଦୁଇ ଦିନ ପରେ ବରକୁ ପୋଲିସ୍‌ ଗିରଫ କଲା । ଏମିତି ଏକ ଘଟଣା ଘଟିଛି ଗୁଜରାଟର ଅହମଦାବାଦରେ । ଫିରୋଜ ଶେଖ ନାମକ ଜଣେ ଯୁବକ ଗତ ମାର୍ଚ୍ଚ ୩୧ ତାରିଖରେ ବାହାଘର ହୋଇଥିଲା । ତେବେ ତା ପୂର୍ବରୁ ସେ ଯେଉଁଠିକୁ ବାହାଘର କାର୍ଡ଼ ବାଣ୍ଟିବାକୁ ଯାଉଥିଲେ ସ୍ଥାନୀୟ ବିଜେପି ପ୍ରାର୍ଥୀ ଡ. ସୁଜୟଦାଦା ପାଟିଲଙ୍କୁ ଭୋଟ୍‌ ଦେବାକୁ କହୁଥିଲେ । ଏମିତିକି ନିଜ କାର୍ଡ଼ରେ ମଧ୍ୟ ଉପହାର ନଆଣି ଭୋଟ୍‌ ଦେବାକୁ ନିବେଦନ କରିଥିଲେ । ଏହି କାର୍ଡ଼ ଭାଇରାଲ ହୋଇ ନିର୍ବାଚନ ଅଧିକାରୀଙ୍କ ପାଖରେ ପହଞ୍ଚିଲା । ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗରେ ବାହାଘରର ଦୁଇ ଦିନ ପରେ ଫିରୋଜଙ୍କୁ ପୋଲିସ୍‌ ଗିରଫ କରି ନେଲା । ଅବଶ୍ୟ ପରେ ସେ ଜାମିନ ପାଇ ମୁକୁଳିଛନ୍ତି ।

MARRIAGE CARD-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.