କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାତୁଣୀର ସନ୍ଦେହଜନକ ମୃତ୍ୟୁ, ଫ୍ଲାଟରୁ ଝୁଲନ୍ତା ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦିୟୁରପ୍ପାଙ୍କ ନାତୁଣୀଙ୍କର ସନ୍ଦେହଜନକ ମୃତ୍ୟୁ । ବେଙ୍ଗାଲୁରୁ ବସନ୍ତନଗର ସ୍ଥିତ ଫ୍ଲାଟରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାଁ ସୌନ୍ଦର୍ଯ୍ୟା ନିରଜ । ପେଶାରେ ସେ ଜଣେ ଡାକ୍ତର । ୨୦୧୯ରେ ସୌନ୍ଦର୍ଯ୍ୟା ଡାକ୍ତର ନିରଜଙ୍କୁ ବିବାହ କରିଥିଲେ ।

ଆଜି ସକାଳ ୧୦ଟା ବେଳେ କବାଟ ବାଡ଼େଇଥିଲେ ଘରୋଇ ବ୍ୟକ୍ତିଗତ ସହାୟକ । କେହି ନଖୋଲିବାରୁ ସୌନ୍ଦର୍ଯ୍ୟାଙ୍କ ସ୍ୱାମୀ ଡାକ୍ତର ନିରଜଙ୍କୁ ଜଣାଇଥିଲେ । କବାଟ ଖୋଲି ଦେଖିଲା ବେଳରୁ ବେଡରୁମ୍ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ତେବେ ଏହା ଆତ୍ମହତ୍ୟା କି ନୁହେଁ ଜଣା ପଡିନି । ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ସନ୍ଦେହ କରାଯାଉଛି । କେମିତି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ପୋଲିସ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.