Below header

ବିଏସଏଫ କନେଷ୍ଟେବଳ ଦୁଇ ସାଥୀଙ୍କୁ ଗୁଳି ମାରିବା ପରେ କଲେ ଆତ୍ମହତ୍ୟା

ଉତ୍ତର ତ୍ରିପୁରାରେ ଜଣେ ବିଏସଏଫ କନେଷ୍ଟେବଳ ସର୍ଭିସ ରାଇଫଲ ଦ୍ବାରା ଦୁଇ ଜଣ ସାଥୀଙ୍କୁ ଗୁଳି ମାରିବା ପରେ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି। କନଷ୍ଟେବଲ ଦୁର୍ଗା ରାଓ ଆନ୍ଧ୍ରପଦେଶର ବାସିନ୍ଦା। ଘଟଣା ସମୟରେ ସେ ନିଜ ପରିବାର ସହିତ ଫୋନରେ କଥା ହେଉଥିଲେ ସେତେବେଳେ ସେ ନିଜ ସାଥୀ ଅନିଲ କୁମାରଙ୍କୁ ଗୁଳି ମାରିଥିଲେ।

ଗୁଳିର ଶବ୍ଦ ଶୁଣି ବିଏସଏଫ ଜବାନ ସେଠାରେ ପହଁଚିଥିଲେ ଏବଂ କନେଷ୍ଟେବଳଙ୍କୁ କାବୁ କରିବା ଚେଷ୍ଟା କରିଥିଲେ। ଏହି ସମୟରେ ବିଏସଏଫ ଜବାନଙ୍କୁ ମଧ୍ୟ ଗୁଳି ବାଜିଥିଲା। ଏହାପରେ ରାଓ ନିଜ ଉପରକୁ ଗୁଳି ଚଳାଇଥିଲେ ଯାହାଦ୍ବାରା ତାଙ୍କର ଘଣଣାସ୍ଥଳରେ ହିଁ ମୁତ୍ୟୁ ହୋଇଯାଇଥିଲା। ଦୁଇ ଜଣ ଆହତ ଜବାନଙ୍କୁ ଚିକିତ୍ସା ପାଇଁ ହସପିଟାଲ ନିଆଯାଇଥିଲା। ଯେଉଁଠି ତାଙ୍କର ସ୍ବାସ୍ଥ୍ୟବସ୍ତା ସ୍ଥିର ରହିଛି। ଘଟଣାର ତଦନ୍ତ ଚାଲୁରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.