ପ୍ରବଳ ବର୍ଷା: ଇନ୍ଦୋର ଯାଉଥିବା ବସ୍‌ ଭାରସାମ୍ୟ ହରାଇ ନଦୀକୁ ଖସିଲା; ଜଣେ ମୃତ, ୨୦ରୁ ଅଧିକ ଯାତ୍ରୀ ଆହତ

ମଧ୍ୟ ପ୍ରଦେଶର ଅଧିକାଂଶ ଜିଲ୍ଲାରେ ମଙ୍ଗଳବାର ପ୍ରବଳ ବର୍ଷା ହୋଇଛି। ଏହି କାରଣରୁ ଖରଗୋନ୍‌ ଜିଲ୍ଲାରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଖଣ୍ଡୱାରୁ ଇନ୍ଦୋର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ସନାଓ୍ଵଦ-ଧନଙ୍ଗା ମଧ୍ୟରେ ନଦୀକୁ ଖସି ପଡ଼ିଛି। ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିବା କୁହାଯାଉଛି।

ଏହି ଦୁର୍ଘଟଣା ମଙ୍ଗଳବାର ସନ୍ଧ୍ୟାରେ ଇନ୍ଦୋର-ଇଚ୍ଛାପୁର ରାଜପଥରେ ଘଟିଛି। ସୂଚନା ପାଇବା କ୍ଷଣି ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଯାଇଛି। ଖଣ୍ଡୱା ଏସପି ବିବେକ ସିଂ କହିଛନ୍ତି କି, ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଧାର ଜିଲ୍ଲାର ଖଲଘାଟରେ ନର୍ମଦା ନଦୀକୁ ଏକ ବସ୍ ଖସି ପଡିବା ଫଳରେ ସମସ୍ତ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.