ଶତାଧିକ ଭକ୍ତଙ୍କ ଗହଣରେ କାନାଡା ଟରଣ୍ଟୋରେ ଗଡ଼ିଲା ରଥ

ସାରା ବିଶ୍ୱରେ ଜଗତର ନାଥ ଜଗନ୍ନାଥଙ୍କ ଘୋଷଯାତ୍ରା। କାନାଡା ଟରଣ୍ଟୋରେ ଗଡ଼ିଲା ରଥ। ମହାପ୍ରଭୁବଙ୍କ ଯାତ୍ରାରେ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ସାମିଲ ହୋଇଥିଲେ।

ସାରା ବିଶ୍ୱରେ ଜଗତର ନାଥ ଜଗନ୍ନାଥଙ୍କ ଘୋଷଯାତ୍ରା। କାନାଡା ଟରଣ୍ଟୋରେ ଗଡ଼ିଲା ରଥ। ମହାପ୍ରଭୁବଙ୍କ ଯାତ୍ରାରେ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ସାମିଲ ହୋଇଥିଲେ। ରୀତିନୀତି ଅନୁସାରେ ତିନି ଠାକୁରଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୂଢ଼ କରାଯାଇଥିଲା।

ରଥ ଉପରେ ନୀତିକାନ୍ତି ପରେ ଆରମ୍ଭ ହୋଇଥିଲା ରଥଟଣା। ଶତାଧିକ ଭକ୍ତ ସାମିଲ ହୋଇ ରଥକୁ ଟାଣି ନେଇଥିଲେ। ଘଣ୍ଟଘଣ୍ଟାର ତାଳେତାଳେ ମାଉସୀମା ମନ୍ଦିରକୁ ରଥକୁ ଟାଣି ନେଇଥିଲେ ଭକ୍ତ। ରଥଯାତ୍ରାରେ ଉଭୟ ପୁରୁଷ ଓ ମହିଳା ଭକ୍ତ ସାମିଲ ହୋଇଥିଲେ । ଟରଣ୍ଟୋ ଓ ଏହାର ଆଖପାଖରେ ଥିବା ପ୍ରବାସୀ ଭାରତୀୟମାନେ ରଥଯାତ୍ରା ଦେଖିବାକୁ ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.