କରୋନାର ଦୁଇଟି ଭ୍ୟାକସିନ ମିଶିଲେ ଅଧିକ ଫଳପ୍ରଦ ହେଉଛି, ଏ ନେଇ ଅଧିକ ରିସର୍ଚ୍ଚ ଦରକାର ବୋଲି କହିଲେ ସରକାର

ନୂଆଦିଲ୍ଲୀ : କରୋନାର ଦୁଇଟି ଭ୍ୟାକସିନ୍‌କୁ ମିଶାଇ ଟିକା ନେଲେ ତାହା ଅଧିକ ଫଳପ୍ରଦ ହେଉଛି । ଏ ନେଇ ବିଦେଶରେ ପରୀକ୍ଷା ନିରୀକ୍ଷା ସରିଲାଣି । ଏହି ଚର୍ଚ୍ଚା ସୃଷ୍ଟି ହେବା ପରେ ତା ଉପରେ ପ୍ରତିକ୍ରିୟା ରଖିଛନ୍ତି କ୍ନେଦ୍ର ସରକାର ।

କେନ୍ଦ୍ର ସରକାରଙ୍କ ପ୍ରମୁଖ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ବି.କେ ପୋଲ କରୋନାର ଦୁଇ ଭ୍ୟାକସିନର ମିଶ୍ରଣ ଉପରେ ଟିପ୍ପଣୀ ଦେଇ କହିଛନ୍ତି ଯେ ଏହା ହୁଏତ ଯୁକ୍ତିଯୁକ୍ତ ହୋଇ ପାରେ କିନ୍ତୁ ଏହା ଉପରେ ସରକାରଙ୍କ ପାଖରେ ଯଥେଷ୍ଟ ପ୍ରମାଣ ନାହିଁ । ବିଶ୍ୱର ଅନ୍ୟ ଦେଶ ସହ ଭାରତ ମଧ୍ୟ ଏହା ଉପରେ ଗବେଷଣା କରୁଛି ।

ପଲ ଏହା ମଧ୍ୟ କହିଛନ୍ତି ଯେ ବିଜ୍ଞାନ ଦୃଷ୍ଟିକୋଣରୁ ଏହା ସମ୍ଭବ କିନ୍ତୁ ଏ ନେଇ ଅଧିକରୁ ଅଧିକ ପ୍ରମାଣ ଦରକାର। ଆଗାମୀ ସମୟ କହିବ ଯେ ଏହା କେତେ ଦୂର ଫଳପ୍ରଦ ହେଉଛି । ବିଶ୍ୱର ସମସ୍ତ ବୈଜ୍ଞାନିକ ଏହାକୁ ନେଇ ଗବେଷଣା ଚଳାଇଛନ୍ତି । ଏ କଥାର ବାସ୍ତବତା ସେମାନଙ୍କ ରିସର୍ଚ୍ଚ ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.