କରୋନା ଟିକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଦେଶରେ ସମସ୍ତଙ୍କୁ ମାଗଣାରେ ମିଳିବ ଭ୍ଯାକସିନ୍

କରୋନା ଟିକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସାରା ଦେଶରେ ମାଗଣାରେ ମିଳିବ କରୋନା ଟିକା । ଦେଶରେ ଡ୍ରାଏ ରନ୍ ଚାଲିଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି । ସମସ୍ତ ଭାରତୀୟଙ୍କୁ ମାଗଣା ଟିକା ଦିଆଯିବ । ଟିକାକରଣ ପୂର୍ବରୁ ଆଜି ଚୂଡ଼ାନ୍ତ ରିହାରସାଲ୍ ଚାଲିଛି । ପ୍ରତ୍ୟେକ ଭାରତୀୟଙ୍କ ପାଇଁ କରୋନା ଭାକସିନ୍ ଫ୍ରି ହେବ ବୋଲି କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି । ୧୧୬ ଜିଲ୍ଲାର ୨୫୯ଟି ସ୍ଥାନରେ ଡ୍ରାଏ ରନ୍ ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ଦିଲ୍ଲୀର ଜିଟିବି ହସ୍ପିଟାଲ ପହଁଚି ସ୍ଥିତିର ସମୀକ୍ଷା କରିଛନ୍ତି । ପ୍ରଥମେ ତିନି କୋଟି ଲୋକଙ୍କୁ ମାଗଣାରେ ଏହି ଟିକା ମିଳିବ।
In 1st phase of #COVID19Vaccination free #vaccine shall be provided across the nation to most prioritised beneficiaries that incl 1 crore healthcare & 2 crore frontline workers
Details of how further 27 cr priority beneficiaries are to be vaccinated until July are being finalised pic.twitter.com/K7NrzGrgk3— Dr Harsh Vardhan (@drharshvardhan) January 2, 2021
କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ଗତ ଥର ୪ଟି ରାଜ୍ୟରେ ଡ୍ରାଏ ରନ୍ ହୋଇଥିଲା । ଏହାପରେ ଏସଓପିରେ କିଛିଟା ପରିବର୍ତ୍ତନ କରାଯାଇଛି । ଶନିବାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଡ୍ରାଏ ରନ୍ କରୁଛନ୍ତି । ଟିକାକରଣ ବେଳେ ଯେମିତି ହେବାକଥା ସବୁକିଛି ଠିକ୍ ସେହିପରି ହେବ । କୋଠରୀରେ କିଭଳି ଭାବେ ବ୍ୟବସ୍ଥା ଗ୍ରହଣ କରାଯିବ, ଡାଟା ଅପଲୋଡ୍ ବାବଦରେ ସମୀକ୍ଷା କରାଯାଉଛି ବୋଲି ସେ କହିଛନ୍ତି ।