ନୂଆବର୍ଷର ପ୍ରଥମ ବ୍ରେକଅପ୍ ! ମିଶିବା ଆଗରୁ ମହିନ୍ଦ୍ରାର ହାତ ଛାଡିଲା ଫୋର୍ଡ ମୋଟର୍ସ

ଆମେରିକାର ଅଟୋମୋବାଇଲ୍ କମ୍ପାନୀ ଫୋର୍ଡ ମୋଟର୍ସ ଓ ଭାରତର ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଅଲଗା ହୋଇଯାଇଛନ୍ତି । ଉଭୟ କମ୍ପାନୀ ଭାରତରେ ନିଜ ଚୁକ୍ତି ସମାପ୍ତ କରିବା ପାଇଁ ଘୋଷଣା କରିଛନ୍ତି । ଉଭୟ କମ୍ପାନୀ ନିଜ ଜଏଣ୍ଟ ଭେଞ୍ଚର ସମାପ୍ତ କରିବା ନେଇ ଅଲଗା ଅଲଗା ବୟାନ ଜାରି କରିଛନ୍ତି । ନିଜ ବୟାନରେ ଉଭୟ କମ୍ପାନୀ କହିଛନ୍ତି ଯେ, ବୈଷୟିକ ଆର୍ଥିକ ଅବସ୍ଥାରେ ଯେଉଁ ପରିବର୍ତ୍ତନ ହୋଇଛି ତାକୁ ଦେଖି ପୁଞ୍ଜି ଖର୍ଚ୍ଚ କରିବାର ପ୍ରାଥମିକତାରେ ପୁନର୍ବାର ବିଚାର କରିବାକୁ ପଡୁଛି ।

ଅକ୍ଟୋବର ୨୦୧୯ରେ ଉଭୟ କମ୍ପାନୀ ଜଏଣ୍ଟ ଭେଞ୍ଚରର ଘୋଷଣା କରିଥିଲେ । ଘୋଷଣା ପରେ ଉଭୟ କମ୍ପାନୀମାନଙ୍କ ମଧ୍ୟରେ ଯେଉଁ ଚୁକ୍ତି ହୋଇଥିଲା ସେହି ଅନୁସାରେ ଉଭୟ ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଏହାକୁ ତୁଲାଇବାର ଥିଲା । କିନ୍ତୁ ଫର୍ଡ କହିବାନୁସାରେ ଗତ ୧୫ ମାସରେ ମହାମାରୀ ଯୋଗୁଁ ବ୍ୟବସାୟିକ ପରିସ୍ଥିତିରେ ଯେଉଁ ପରିବର୍ତ୍ତନ ସବୁ ଆସିଛି ତାହା ବହୁତ ପ୍ରଭାବ ପକାଇଛି । ବିଜନେସ୍ ବାତାବରଣ ଆଉ ପୂର୍ବ ଭଳି ନାହିଁ । ଏଥିପାଇଁ କମ୍ପାନୀମାନେ ଏହି ଚୁକ୍ତିକୁ ସମାପ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

auto company

ତେବେ ଫର୍ଡ ପ୍ରବକ୍ତା ଟି ଆର୍ ରିଡ ଏହା ସ୍ପଷ୍ଟ କରିଛନ୍ତି ଯେ, ଭାରତରେ ଫର୍ଡର ଅନ୍ୟ ବିଜନେସ୍ ପୂର୍ବ ଭଳି ଲଗାତର ଚାଲିବ । ମହିନ୍ଦ୍ରା ମଧ୍ୟ କହିଛି କି ଜଏଣ୍ଟ ଭେଞ୍ଚର ଭାଙ୍ଗିବା ଫଳରେ କମ୍ପାନୀର ପ୍ରଡକ୍ଟ ଉପରେ କୌଣସି ପ୍ରଭାବ ପଡିବନି । ମହିନ୍ଦ୍ରା ଇଲେକ୍ଟ୍ରିକ୍ ଯାନ ଉପରେ ମଧ୍ୟ ଫୋକସ୍ କରିବ ବୋଲି କମ୍ପାନୀ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.