କେନ୍ଦ୍ର ସରକାର ବ୍ଲକ କଲେ ୧୪ ମେସେଞ୍ଜର ମୋବାଇଲ ଆପ୍ଲିକେସନ, ଆତଙ୍କୀ କାର୍ଯ୍ୟକଳାପ ପାଇଁ ହେଉଥିଲା ବ୍ୟବହାର

୧୪ ମେସେଞ୍ଜର ମୋବାଇଲ ଆପ୍ଲିକେସନ ବ୍ଲକ। ଜମ୍ମୁ ଓ କାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଉଥିଲା । ଇଣ୍ଟେଲିଜେନ୍ସ ଏଜେନ୍ସି ପାଖରୁ ସୂଚନା ମିଳିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି ।

କେନ୍ୟୁଜ୍‌(ବ୍ୟୁରୋ): କେନ୍ଦ୍ର ସରକାର ବ୍ଲକ କଲେ ୧୪ ମେସେଞ୍ଜର ମୋବାଇଲ ଆପ୍ଲିକେସନ । ଯେଉଁ ଆପ୍ଲିକେସନ ଗୁଡ଼ିକୁ ଜମ୍ମୁ ଓ କାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଉଥିଲା । ଇଣ୍ଟେଲିଜେନ୍ସ ଏଜେନ୍ସି ପାଖରୁ ସୂଚନା ମିଳିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ସୂଚନା ଅନୁଯାୟୀ ଏହି ମୋବାଇଲ ଆପ୍ଲିକେସନ ଗୁଡ଼ିକ ଆତଙ୍କବାଦୀ ମାନଙ୍କ ଦ୍ୱାରା କାଶ୍ମୀରରେ ବ୍ୟବହାର କରାଯାଉଥିଲା । ଏହାଦ୍ୱାରା ସେମାନେ ସେମାନଙ୍କର ସହଯୋଗୀ ଓ ଗ୍ରାଉଣ୍ଡରେ କାମ କରୁଥିବା କର୍ମଚାରୀ ମାନଙ୍କ ସହ ଯୋଗାଯୋଗ କରୁଥିଲେ ।
କାଶ୍ମୀର ଭେଲିରେ କାମ କରୁଥିବା ବିଭିନ୍ନ ଇଣ୍ଟେଲିଜେନ୍ସ ଏଜେନ୍ସି ସାହାଯ୍ୟରେ ଏହି ଆପ୍ଲିକେସନ ମାନଙ୍କର ତାଲିକା ପ୍ରସ୍ତୁତ କରାଯାଇଥିଲା । ତାଲିକା ପ୍ରସ୍ତୁତ ହେବାପରେ ମନ୍ତ୍ରଣାଳୟ ପକ୍ଷରୁ ସେହି ଆପ୍ଲିକେସନ ଗୁଡ଼ିକୁ ବ୍ୟାନ କରାଯାଇଥିଲା । ସୂଚନା ଓ ପ୍ରଯୁକ୍ତିବିଦ୍ୟା ଆଇନ ୨୦୦୦ ଅଧିନ ଧାରା ୬୯(କ) ଅନୁଯାୟୀ ଏହି ଆପ୍ଲିକେସନ ଗୁଡ଼ିକୁ ବ୍ଲକ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.