ଜାଣନ୍ତୁ କେଉଁଠି କେତେ ରହିଛି ଏଲପିଜି ଗ୍ୟାସ ମୂଲ୍ୟ..

ସବୁଥର ଭଳି ଏଥର ମଧ୍ୟ ସମସ୍ତଙ୍କ ନଜର ଗ୍ୟାସ ଦର ଉପରେ ରହିଛି । ଏଥର ଗ୍ରାହକଙ୍କୁ ଖୁସି କଲା ଭଳି ଖବର ଆସିଛି । ତୈଳ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ୧୭୧.୫୦ ଟଙ୍କା ହ୍ରାସ କରିଛନ୍ତି । ଆଜି  ସକାଳେ ତୈଳ କମ୍ପାନୀଗୁଡ଼ିକ ଏଲପିଜି ଗ୍ୟାସ ସିଲିଣ୍ଡରର ନୂଆ ଦର ଜାରି କରିଦେଇଛନ୍ତି ।ଜାଣନ୍ତୁ କେଉଁଠି କେତେ ରହିଛି ଏଲପିଜି ଗ୍ୟାସ ମୂଲ୍ୟ..

ଶ୍ରମିକ ଦିବସ ଅର୍ଥାତ ଆଜି ମେ’ ୧ ରେ ସାଧାରଣ ଜନତାଙ୍କୁ ମିଳିଛି ଖୁସି ଖବର । ସବୁଥର ଭଳି ଏଥର ମଧ୍ୟ ସମସ୍ତଙ୍କ ନଜର ଗ୍ୟାସ ଦର ଉପରେ ରହିଛି । ଏଥର ଗ୍ରାହକଙ୍କୁ ଖୁସି କଲା ଭଳି ଖବର ଆସିଛି । ତୈଳ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ୧୭୧.୫୦ ଟଙ୍କା ହ୍ରାସ କରିଛନ୍ତି । ଆଜି  ସକାଳେ ତୈଳ କମ୍ପାନୀଗୁଡ଼ିକ ଏଲପିଜି ଗ୍ୟାସ ସିଲିଣ୍ଡରର ନୂଆ ଦର ଜାରି କରିଦେଇଛନ୍ତି । ଆଜି ବ୍ୟବସାୟିକ ସିଲିଣ୍ଡର ଦରରେ ୧୭୧.୫୦ ଟଙ୍କା ହ୍ରାସ ହୋଇଥିବା ବେଳେ ଘରୋଇ ଏଲପିଜି ସିଲିଣ୍ଡର ଦର ସ୍ଥିର ରହିଛି । ଆଜି ଇଣ୍ଡିଆନ୍ ଅଏଲ୍ ଦ୍ୱାରା ପ୍ରକାଶ ପାଇଥିବା ନୂତନ ଦର ଅନୁଯାୟୀ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦରରେ ୧୭୧.୫୦ ଟଙ୍କାର ହ୍ରାସ ପାଇଛି ।

ଦ୍ୱିତୀୟ ମାସ ପାଇଁ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳି ନାହିଁ । ଚଳିତ ମାସରେ ମଧ୍ୟ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ସ୍ଥିର ରହିଛି । ଗତ ମାସରେ ଦେଶର ସମସ୍ତ ଚାରୋଟି ମେଟ୍ରୋର ଲୋକମାନେ ଦେଇଥିବା ମୂଲ୍ୟକୁ ମେ ମାସ ମାସରେ ମଧ୍ୟ ଦେବାକୁ ପଡ଼ିବ । ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଶେଷ ପରିବର୍ତ୍ତନ ମାର୍ଚ୍ଚ ମାସରେ ହୋଇଥିଲା । ସେତେବେଳେ ପେଟ୍ରୋଲିୟମ କମ୍ପାନୀଗୁଡିକ ଘରୋଇ ଏଲପିଜି ମୂଲ୍ୟରେ ୫୦ ଟଙ୍କା ବୃଦ୍ଧି କରିଥିଲେ । ଅନ୍ୟପକ୍ଷରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ହ୍ରାସ ଘଟିଛି ।

ଜାଣି ରଖନ୍ତୁ ଯେ ଗତ ମାର୍ଚ୍ଚ ୧ ରେ ଘରୋଇ ସିଲିଣ୍ଡର ଦରରେ ୫୦ ଟଙ୍କା ବୃଦ୍ଧି ହୋଇ ଥିବାବେଳେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦରରେ ୩୫୦.୫୦ ଟଙ୍କାର ବୃଦ୍ଧି ପାଇଥିଲା । ଇଣ୍ଡିଆନ୍ ଅଏଲ୍ ଦ୍ୱାରା LPG ର ନୂତନ ଦର ଆଜି ଜାରି କରାଯାଇଛି, ଯାହା ଅନୁଯାୟୀ ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡରର ନୂଆ ଦର ୧୮୫୬.୫୦ ଟଙ୍କାରେ ମିଳିବ । ଗତ ମାସରେ ଏହି ଦର ୨,୦୨୮ ଟଙ୍କା ଥିଲା । ସେହିପରି କୋଲକାତାରେ ୧୯୬୦.୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ମିଳିବ। ଯାହା ପୂର୍ବେ ୨୧୩୨ ଟଙ୍କାରେ ମିଳୁଥିଲା । ମୁମ୍ବାଇରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧୮୦୮.୫୦ ଟଙ୍କାରେ ମିଳିବ । ଯାହା ପୂର୍ବେ ୧୯୮୦ ଟଙ୍କା ଥିଲା । ସେହିପରି ଚେନ୍ନାଇରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୨୦୨୧.୫୦ ଟଙ୍କାରେ ମିଳିବ । ପୂର୍ବେ ଯାହା ୨୧୯୨.୫୦ ଟଙ୍କାର ଦରରେ ମିଳୁଥିଲା । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦରରେ ହ୍ରାସ ଘଟିଛି । ଏଠାରେ ପୂର୍ବେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୨୧୩୨ ଟଙ୍କା ଥିଲା, ଯାହା ବର୍ତ୍ତମାନ ୧୯୬୦.୫୦ ଟଙ୍କା ଦରରେ ମିଳିବ

ଚଳିତ ମାସର ପ୍ରଥମ ଦିନରେ ଘରୋଇ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ରାଜଧାନୀ ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କା ରହିଛି । ଏହା ବ୍ୟତୀତ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ କୋଲକାତାରେ ୧,୧୨୯ ଟଙ୍କାରେ ମିଳୁଛି । ସେହିପରି ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ଘରୋଇ ଏଲପିଜି ସିଲିଣ୍ଡରର ଦାମ୍ ୧,୧୨୯ ଟଙ୍କା ରହିଛି । ଏହି କ୍ରମରେ ମୁମ୍ବାଇରେ ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡର ୧,୧୦୨ ଟଙ୍କା ଅଛି । ଚେନ୍ନାଇରେ ଘରୋଇ ଏଲପିଜି ସିଲିଣ୍ଡରର ଦାମ୍ ୧,୧୧୧.୫୦ ଟଙ୍କାରେ ମିଳୁଛି ।

ଗତବର୍ଷ ଜୁଲାଇ ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଆପଣଙ୍କୁ କହି ରଖୁଛୁ ଯେ, ଦେଶର ଗ୍ୟାସ୍ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି । ବାଣିଜ୍ୟିକ ଏଲପିଜି ଗ୍ୟାସ ମୁଖ୍ୟତଃ ହୋଟେଲ, ଖାଦ୍ୟ ଦୋକାନ ଇତ୍ୟାଦିରେ ବ୍ୟବହୃତ ହୁଏ । ଗତ ଦୁଇ ବର୍ଷ ମଧ୍ୟରେ ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବଢ଼ିଚାଲିଛି । ବର୍ତ୍ତମାନ ନୂତନ ଦର ଅନୁଯାୟୀ ଆଜି ଏହା ମହଙ୍ଗା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.