ପଞ୍ଜାବ ଲୁଧିଆନା ଗ୍ୟାସ ଲିକ୍‌ ଘଟଣା : ଏଫଆଇଆର ରୁଜୁ, ୧୧ ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ କ୍ଷତିପୂରଣ

ପଞ୍ଜାବ ଲୁଧିଆନାରେ ଗ୍ୟାସ୍‌ ଲିକ୍‌ ଘଟଣାରେ ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କାର କ୍ଷତିପୂରଣ । ପଞ୍ଜାବ ସରକାର କ୍ଷତିପୂରଣ ଘୋଷଣା କରିଛନ୍ତି । ଏହାଛଡା ଥାନାରେ ମାମଲା ରୁଜୁ ହୋଇଛି । ତେବେ ଘଟଣାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇସାରିଛି ।

ପଞ୍ଜାବ ଲୁଧିଆନାରେ ଗ୍ୟାସ୍‌ ଲିକ୍‌ ହୋଇ ୯ ଜଣ ମୃତ୍ୟୁବରଣ କରିଥିବା ବେଳେ ୧୧ ଜଣ ଗୁରୁତର ରହିଛନ୍ତି । ଏହି ଘଟଣାରେ ମୃତକଙ୍କ ପରିବାରକୁ ୨-୨ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ପଞ୍ଜାବ ସରକାର । ଲୁଧିଆନା ଜିଲ୍ଲାର ଗିୟାସପୁରରେ ରବିବାର ହୋଇଥିବା ଗ୍ୟାସ୍‌ ଲିକ୍‌ ମୃତକଙ୍କ ସଂଖ୍ୟା ବଢି ୧୧ରେ ପହଞ୍ଚିଛି । ଏହି ମାମଲାରେ ଅଜଣା ବ୍ୟକ୍ତିଙ୍କ ନାମରେ ଏଫଆଇଆର ଦାଏର କରାଯାଇଛି ଏବଂ ଦୋଷୀକୁ ଖୋଜୁଛି ପୋଲିସ ।

ଏହି ଘଟଣାକୁ ନେଇ ପୋଲିସ ମହାନିର୍ଦ୍ଦେଶକ ଏବଂ ଡେପୁଟି କମିଶନର, ପୋଲିସ କମିଶନର ପହଞ୍ଚି ଦୁଃଖ ପ୍ରକାଶ କରିଛନ୍ତି । ଏହି ମାମଲାକୁ ଗଭୀରତାର ସହିତ ଯାଞ୍ଚ କରାଯାଇଛି ।

ତେବେ ଏନଡିଆରଏଫ ଟିମ ଦ୍ୱାରା ବ୍ୟବହାର କରାଯାଇଥିବା ବାୟୁ ଗୁଣବତ୍ତା ସେନ୍ସରରେ ହାଇଡ୍ରୋଜେନ ସଳଫାଇଡ ଗ୍ୟାସର ଉଚ୍ଚସ୍ତର ବିଷୟରେ ଜଣାପଡିଥିଲା । ଏହି ଗ୍ୟାସର ମାତ୍ରାଧିକ ଯୋଗୁଁ ଏପରି ଦୁଃଖଦ ଘଟଣା ଘଟିଛି ।

ସୂଚନାଯୋଗ୍ୟ, ରବିବାର ଦିନ ପଞ୍ଜାବ ଲୁଧିଆନାରେ ଏକ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍‌ ହୋଇ ୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୧୧ ଜଣ ଗୁରୁତର ରହିଥିଲେ । ଆହତଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ହସପିଟାଲରେ ସେମାନଙ୍କର ଚିକିତ୍ସା ଚାଲିଛି । ଗ୍ୟାସ୍‌ ଲିକ୍‌ ହେବା ପରେ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଥିଲା । ଏହି ଘଟଣା ଘଟିବା ପରେ ଏନଡିଆରଏଫ ଟିମ୍‌ ପହଞ୍ଚି ଉଦ୍ଧାର କରିଥିଲା । ଗ୍ୟାସ୍‌ ଲିକ୍‌ ଯୋଗୁଁ ପ୍ରଭାବିତ ଅଞ୍ଚଳକୁ ଲୋକଙ୍କୁ ନ ଯିବାକୁ ପରାମର୍ଶ ଦିଆଯାଇଥିଲା ।

ଲୁଧିଆନାରେ ଗତବର୍ଷ ମଧ୍ୟ ଏପରି ଏକ ଅଘଟଣ ଦେଖିବାକୁ ମିଳିଥିଲା । ଏକ ଟ୍ୟାଙ୍କରରୁ କାର୍ବନ ଡାଇଅକ୍ସାଇଡ ଲିକ୍ୱିଡ ଗ୍ୟାସ୍ ଲିକ୍ ହୋଇ ୫ ଜଣ ଲୋକ ପୀଡିତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.