୫୩୫ କୋଟି ଟଙ୍କା ନେଇ ଯାଉଥିବା ଟ୍ରକ ବାଟରେ ହୋଇଗଲା ଖରାପ, ପୋଲିସ ସମ୍ଭାଳିଲା ସ୍ଥିତି

ଚେନ୍ନାଇରେ ୫୩୫ କୋଟି ଟଙ୍କା ନେଇ ଯାଉଥିବା ଦୁଇଟି ଟ୍ରକ ରାସ୍ତାରେ ଖରାପ ହୋଇଯାଇଥିଲା । ଏହି ଟ୍ରକରେ ରିଜର୍ଭ ବ୍ୟାଙ୍କର ଟଙ୍କା ରହିଥିଲା ବୋଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସୁରକ୍ଷା ଦେଇଥିଲା ।

ତାମିଲନାଡୁର ଚେନ୍ନାଇରେ ଏକ ଟ୍ରକ ୫୩୫ କୋଟି ଟଙ୍କା ନେଇ ଯାଉଥିବା ବେଳେ ଟ୍ରକ ମଝିରାସ୍ତାରେ ହେଲା ଖରାପ । ଏହି ମାମଲାର ସୂଚନା କ୍ରୋମପେଟ ପୋଲିସକୁ ମିଳିବା ମାତ୍ରେ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଁଚିଛି । ପୋଲିସକୁ ଫୋନରେ କୁହାଯାଇଥିଲା ଯେ, ୫୩୫ କୋଟି ଟଙ୍କା ନେଇ ଯାଉଥିବା ଟ୍ରକ ବିଲ୍ଲୂପୂରମର ରାସ୍ତାରେ ଖରାପ ହୋଇଯାଇଛି । ଏଥିପାଇଁ ପୋଲିସ ସୁରକ୍ଷା ଆବଶ୍ୟକ । ତେବେ ପୋଲିସ ଖବର ପାଇବା ପରେ ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚିଥିଲା ।

ଖବର ଅନୁଯାୟୀ, ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଟ୍ରକକୁ ଦେଖି ରାସ୍ତାରେ ଲୋକମାନଙ୍କ ଭିଡ ମଧ୍ୟ ଲାଗିଥିବା ଦେଖିବାକୁ ପାଇଥିଲା। ସେଠାରେ ସହାୟକ ଆୟୁକ୍ତ ଶ୍ରୀନିବାସନ ମଧ୍ୟ ପୋଲିସ ଟିମ ସହିତ ସେଠାରେ ପହଞ୍ଚିଥିଲେ ।

ପୋଲିସ କହିବା ମୁତାବକ, ଦୁଇଟି ଟ୍ରକ ଚେନ୍ନାଇରୁ ଭାରତୀୟ ରିଜର୍ଭ ବ୍ୟାଙ୍କର କ୍ୟାସ ନେଇ ଯାଉଥିବା ବେଳେ ଟ୍ରକ ଚକାରୁ ହଠାତ୍‌ ନିଆଁ ବାହାରିବାକୁ ଲାଗିଥିଲା । ତେବେ ତଦନ୍ତରୁ ଜଣାପଡିଲା କି, ଟ୍ରକର ଗୋଟିଏ ଇଞ୍ଜିନ ଖରାପ ହୋଇଯାଇଥିବାରୁ ଲୋକେ ଏହାକୁ ଦେଖିବା ପାଇଁ ଭିଡ ଜମାଇଛନ୍ତି । ଆଉ ଏଥିପାଇଁ ଗାଡିଚଳାଚଳ ବାଧାପ୍ରାପ୍ତ ହୋଇଛି ।

ତେବେ ପୋଲିସ ଭିଡ ମଧ୍ୟରେ ଦୁଇଟି ଟ୍ରକକୁ ପାଖରେ ଥିବା ଖାଲି ସ୍ଥାନକୁ ନେଇଯାଇ ମେକାନିକକୁ ଡକାଯାଇଥିଲା । ଟ୍ରକର ଇଞ୍ଜିନକୁ ମରାମତି ହୋଇପାରିନଥିବାରୁ ଅନ୍ୟ ବାହନ ସାହାଯ୍ୟରେ ଟଣାଯାଇ ରିଜର୍ଭ ବ୍ୟାଙ୍କ ପାଖକୁ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.