ଚୀନରେ ଏବେ ପିଲା କେବଳ ୩ ଘଣ୍ଟା ଖେଳିପାରିବେ ଅନଲାଇନ ଗେମ୍, କାରଣ କ’ଣ

କରୋନା କାଳରେ ଅଧିକ ସମୟ ପର୍ଯ୍ଯନ୍ତ ଲକଡାଉନ ରହିଥିବାରୁ ପିଲାମାନଙ୍କ ମୋବାଇଲ ପ୍ରତି ଆଗ୍ରହ ଅଧିକ ବଢିଯାଇଛି। ତେଣୁ ସମସ୍ତ ଅଭିଭାବକଙ୍କ ଚିନ୍ତା ବଢିଯାଇଛି। ତା’ ସହିତ ପିଲାଙ୍କ ଅନଲାଇନ କ୍ଲାସ ମଧ୍ୟ ମୋବାଇଲ ପ୍ରତି ଅଧିକ ଆଟାଚ କରିଛି। ତେଣୁ ଏମାନଙ୍କୁ ମୋବାଇଲ ଠାରୁ ଦୂରେଇ ରଖିବା ବହୁତ କଷ୍ଟକର ହୋଇପଡିଛି।

କିନ୍ତୁ ଚୀନ ସବୁକାମରେ ଦୁଇ ପାଦ ଆଗରେ ରହିଥାଏ। ଚୀନ ଏଥିପାଇଁ ଏକ ଗାଇଡଲାଇନ ଜାରି କରିଛି। ମୋବାଇଲ ପିଲାଙ୍କ ସ୍ବାସ୍ଥ୍ଯ ଉପରେ ଖରାପ ପ୍ରଭାବ ପକାଉଛି। ତେଣୁ ଚୀନ ଏଥିପାଇଁ ଏକ ସମୟ ସୀମା ସୁନିଶ୍ଚିତ କରିଛି। ନୂଆ ଗାଇଡଲାଇନ୍ସ ମୁତାବକ, ଚୀନର ଏବେ ପିଲା ସପ୍ତାହକୁ କେବଳ ତିନି ଦିନ ହିଁ ଅନଲାଇନ ଗେମ୍ ଖେଳିପାରିବେ। ଅନଲାଇନ ଗେମକୁ ନେଇ ଏହିନୂଆ ନିୟମ କେବଳ ୧୮ ବର୍ଷରୁ କମ୍ ପିଲାଙ୍କ ଉପରେ ଲାଗୁ ହେବ। ସରକାରଙ୍କ ଅନୁସାରେ, ପିଲାଙ୍କ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ଯକୁ ଧ୍ୟାନରେ ରଖି ଏପରି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଉଠାଯାଇଛି।

ଚୀନର ସରକାରୀ ନ୍ଯୁଜ ଏଜେନ୍ସୀ ସିନହ୍ଯୁଇ ରିପୋର୍ଟ ମୁତାବକ, ଅନଲାଇନ ଗେମ୍ କମ୍ପାନୀ ପିଲାକୁ କେବଳ ଶୁକ୍ରବାର, ଶନିବାର ଏବଂ ରବିବାର ଦିନ ହିଁ କେବଳ ଗୋଟେ ଗୋଟେ ଘଣ୍ଟା ପାଇଁ ଅନଲାଇନ ଗେମ୍ ଖେଳିବାର ସୁବିଧା ଦିଆଯାଇଛି। ନିକଟରେ ଲୋକପ୍ରିୟ ଟେକ କମ୍ପାନୀ ସରକାରଙ୍କ ଏହି ନୂଆ ନିୟମକୁ ଆପଣାଇଛି। ପିଲାମାନେ ଫିଜିକାଲ ଗେମ୍ସ ଠାରୁ ଦୂରେଇ ରହି ଅନଲାଇନ ଗେମ୍ସରେ ବ୍ଯସ୍ତ ରହୁଛନ୍ତି। ଯେଉଁଥିପାଇଁ ପିଲାଙ୍କ ସ୍ବାସ୍ଥ୍ଯ ଉପରେ ପ୍ରଭାବ ପଡୁଛି। ତେଣୁ ଚୀନ ସରକାର ଏମିତି ପଦକ୍ଷେପ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.