Below header

ଚୀନ୍‌କୁ ବିଶ୍ୱର ଶ୍ରେଷ୍ଠ ଶକ୍ତିଶାଳୀ ରାଷ୍ଟ୍ର ହେବାକୁ ଦିଆଯିବନି ବୋଲି କହିଲେ ଜୋ ବାଇଡେନ୍‌

ଓ୍ଵାଶିଂଟନ : ଚୀନ ସହ ଆମେରିକାର ପ୍ରତିଦ୍ୱନ୍ଦିତା ସର୍ବଦା ଲାଗି ରହିଆସିଛି । କରୋନା ପରଠାରୁ ଚୀନ ସହ ଆମେରିକାର ସମ୍ପର୍କରେ ଅଧିକ ଦୂରତ୍ୱ ସୃଷ୍ଟି ହୋଇଛି । ଆମେରିକାର ନବନିର୍ବାଚିତ ରାଷ୍ଟପତି ଜୋ ବାଇଡେନ୍‌ ନିକଟରେ ଦେଇଥିବା ତଥ୍ୟକୁ ନେଇ ଚୀନ୍‌ରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।

ନିକଟରେ ରାଷ୍ଟ୍ରପତି ଜୋ ବାେଇଡେନ୍‌ ହ୍ଵାଇଟ ହାଉସରୁ କହିଛନ୍ତି ଯେ ଚୀନ୍‌ ସହ ଆମର ତୀବ୍ର ପ୍ରତିଦ୍ୱନ୍ଦିତା ଲାଗିଛି । ଚୀନ ସର୍ବଦା ଉଦ୍ଭାବନ ଓ ଭିତ୍ତିଭୂମି କ୍ଷେତ୍ରରେ ଆମେରିକାକୁ ପଛରେ ପକାଇବାକୁ ଚେଷ୍ଟା କରିଛି । ତେବେ ମୁଁ ଥିବା ଯାଏ ଚୀନର ଏହି ସ୍ୱପ୍ନକୁ ପୂରଣ କରିବାକୁ ଦିଆଯିବନି ବୋଲି ବାଇଡେନ୍‌ କହିଛନ୍ତି ।

ଚୀନ ବିଶ୍ୱରେ ଏକ ସର୍ବ ଶକ୍ତିମାନ ରାଷ୍ଟ୍ର ଭାବେ ଠିଆ ହେବାକୁ ଉଦ୍ୟମ ଜାରି ରଖିଛି । ହେଲେ ଚୀନ୍‌ କେବେ ଆମେରିକାକୁ ଟପି ଯାଇପାରିବ ନାହିଁ । କରୋନା ପରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଚୀନ୍‌ ବିରୋଧରେ ନେଇଥିବା କଡ଼ା କାର୍ଯ୍ୟାନୁଷ୍ଠାନ ଏବେ ମଧ୍ୟ ବଜାୟ ରହିଛି । ବାଇଡେନ୍‌ ଥିବା ଯାଏ ଚୀନ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ହୋଇ ପାରିବନି ବୋଲି ବାଇଡେନ୍‌ ହ୍ଵାଇଟ ହାଉସ୍‌ରେ ପ୍ରକାଶ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.