ଓଡ଼ିଶାକୁ ଅଧିକ ପରିମାଣର କୋଭିଡ ଟିକା ଯୋଗାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ପ୍ରଦୀପ୍ତ ମହାପାତ୍ର

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାକୁ ଅଧିକ ପରିମାଣର କୋଭିଡ ଟିକା ଯୋଗାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି। ଟିକା ଯୋଗାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ଟିକା ଯୋଗାଣରେ ରାଜ୍ୟ ପ୍ରତି ପକ୍ଷପାତିତା ନକରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୨୦ଲକ୍ଷ ଡୋଜ ଟିକା ପ୍ରଦାନ କରାଯାଇଛି।

ଡୋଜ ଅଭାବ ଯୋଗୁଁ ଆଗାମୀ ୧୫ଦିନ ପାଇଁ ଟିକାକରଣ ଯୋଜନା ହୋଇପାରୁନି। ଏପ୍ରିଲ ୧ରୁ ୪୫ବର୍ଷରୁ ଅଧିକ ସମସ୍ତ ବର୍ଗର ବ୍ୟକ୍ତିଙ୍କୁ ଟିକା ପ୍ରଦାନ କରାଯିବ। ସ୍ଥିତିକୁ ଦେଖି ଅଧିକ ପରିମାଣର ଟିକା ଯୋଗାଇ ଦେବାକୁ ଚିଠିରେ ଅନୁରୋଧ କରିଛନ୍ତି ଏସିଏସ୍ ପ୍ରଦୀପ୍ତ ମହାପାତ୍ର। ୧୫ଦିନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଟିକା ଯୋଗାଇବାକୁ ଅନୁରୋଧ କରାଯାଇଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.