ଚୀନକୁ ପୁଣି ଗ୍ରାସିବ ମହାମାରୀ, ଜୁନରେ ସଂକମ୍ରିତ ହେବେ ସାଢେ ୬ କୋଟି ଲୋକ
ଚୀନକୁ ପୁଣି ଗ୍ରାସିବ ମହାମାରୀ। ପୁଣି ଆସିବ କୋଭିଡର ଭୟାନକ ଲହର। ଜୁନରେ ଶୀର୍ଷ ଛୁଇଁବ ସଂକ୍ରମଣ। ଜୁନ ଶେଷ ବେଳକୁ ସାଢେ ୬ କୋଟି ଲୋକ ସଂକମ୍ରିତ ହେଉଥିବେ। ଏକଥା ଆକଳନ କରିଛନ୍ତି ଚୀନର ଶ୍ୱାସରୋଗ ବିଶେଷଜ୍ଞ ଝୋଙ୍ଗ ନାନସାନ।
ନୂଆଦିଲ୍ଲୀ : ଚୀନକୁ ପୁଣି ଗ୍ରାସିବ ମହାମାରୀ। ପୁଣି ଆସିବ କୋଭିଡର ଭୟାନକ ଲହର। ଜୁନରେ ଶୀର୍ଷ ଛୁଇଁବ ସଂକ୍ରମଣ। ଜୁନ ଶେଷ ବେଳକୁ ସାଢେ ୬ କୋଟି ଲୋକ ସଂକମ୍ରିତ ହେଉଥିବେ। ଏକଥା ଆକଳନ କରିଛନ୍ତି ଚୀନର ଶ୍ୱାସରୋଗ ବିଶେଷଜ୍ଞ ଝୋଙ୍ଗ ନାନସାନ।
ଚୀନର ନୂଆ ଲହର ପଛରେ ରହିଛି XBB ଭାରିଆଣ୍ଟ। ଥରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କୁ ପୁଣି ଥରେ ସଂକ୍ରମିତ କରୁଛିXBB ଭାରିଆଣ୍ଟ। କାମ କରୁନି ଟିକା। ରୋଗ ପ୍ରତିରୋଧ ଶକ୍ତିକୁ ମାତ୍ ଦେଉଥିବା ଏହି ଭାରିଆଣ୍ଟ ଚୀନର ଚିନ୍ତା ବଢ଼ାଇଛି।
ଚୀନ୍ ସ୍ୱାସ୍ଥ୍ୟ ବିଭାଗର ଡାଟା କହୁଛି ଏବେ ସଂକ୍ରମିତ ହେଉଥିବା ୩୬୮ ଜଣଙ୍କ ମଧ୍ୟରୁ ୧୦୪ ଜଣ ପୁନଃ ସଂକ୍ରମିତ ହେଉଛନ୍ତି। ତେବେ ପ୍ରଥମ ଲହର ଶୀର୍ଷ ଭଳି ଦ୍ୱିିତୀୟ ଲହରର ଶୀର୍ଷ ସଂକ୍ରମଣ ଘାତକ ହେବ ନାହିଁ। ଏମିତି ଆକଳନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।
କିନ୍ତୁ ସମ୍ବେଦନଶୀଳ ବର୍ଗଙ୍କୁ ସଂକ୍ରମଣରୁ ଦୂରେଇ ରଖିବାକୁ ସଚେତନ କରିଛନ୍ତି। ପୁରୁଣା ଟିକା କାମ କରୁନଥିବାରୁ ଏହି ଭାରିଆଣ୍ଟ ପାଇଁ ନୂଆ ଟିକା ଆଣୁଛି ଚୀନ। ଖୁବ୍ ଶୀଘ୍ର ଚୀନ ବଜାରକୁ ଆସିବ ୨ଟି ନୂଆ ଟିକା।