ଚୀନ୍‌ର ଚାଲ୍‌ : ଲଦାଖର ହଟ୍ସ ସ୍ପ୍ରିଙ୍ଗ୍‌ ଓ ଗୋଗ୍ରାରୁ ସୈନ୍ୟ ଅପସାରଣ କରିବାକୁ ଚୀନ୍‌ ଅମଙ୍ଗ

ନୂଆଦିଲ୍ଲୀ : ଚୀନ୍‌ ପୁଣି ଥରେ ଖେଳିଛି ଚାଲ୍‌ । ପୂର୍ବ ବୈଠକରେ ହୋଇଥିବା ନିଷ୍ପତ୍ତିରୁ ଚୀନ୍‌ ପୁଣି ଥରେ ଓହରି ଯାଇଛି । ପୂର୍ବ ଲଦାଖର ଗୋଗ୍ରା ଓ ହଟ୍ସ ସ୍ପ୍ରିଙ୍ଗ୍‌ ଅଞ୍ଚଳରୁ ଚୀନ୍‌ ନିଜର ସୈନ୍ୟ ଓ ଯାନବାହନ ଅପସାରଣ କରିବାକୁ ମନା କରିଛି । ଗତ ଶୁକ୍ରବାର ହୋଇଥିବା ୧୧ତମ କମାଣ୍ଡରସ୍ତରୀୟ ବୈଠକରେ ଚୀନ୍‌ ସୈନ୍ୟ ଅପସାରଣ କରିବାକୁ ମନା କରିଥିବା ଜଣାଯାଇଛି । ପୂର୍ବରୁ ଭାରତ ଏବଂ ଚୀନ ପୂର୍ବ ଲଦାଖର ପିପି-୧୫, ୧୪ ଏବଂ ୧୭ଏ ରୁ ସୈନ୍ୟ ପ୍ରତ୍ୟାହାର କରିନେଇଥିଲେ। କିନ୍ତୁ ହଟ୍ ସ୍ପ୍ରିଙ୍ଗସ୍ ଏବଂ ଗୋଗ୍ରାରୁ ସୈନ୍ୟ ଅପସାରଣ କରାଯିବାକୁ କୁହାଯାଇଥିବା ବେଳେ ଚୀନ ଏଭଳି କରିବାକୁ ମନା କରିଛି ।

ପ୍ରକାଶଯୋଗ୍ୟ ଯେ ୨୦୨୦ ଜୁନ୍‌ ୧୫ ରେ ଚୀନ୍‌ –ଭାରତ ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତର ୨୦ ଜଣ ସେନା ସହିଦ ହୋଇଥିବା ବେଳେ ଚୀନ୍‌ –ଭାରତ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା । ଫଳରେ ଦୁଇ ଦେଶ ସୀମାରେ ସେନା ଠୁଳ କରିଥିଲେ । ଯାହାକି ଯୁଦ୍ଧ ସ୍ଥିତି ସୃଷ୍ଟି କରିଥିଲା । ଏଯାଏ ମଧ୍ୟ ଏହି ସ୍ଥିତି ବଦଳି ନାହିଁ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.