ଯୁଦ୍ଧ ପାଇଁ ଡାକରା ଦେଲା ଚୀନ, ଟାର୍ଗେଟରେ ଆମେରିକା ଓ ଭାରତ

ଗୋଟେ ପଟେ ଆମେରିକା ଓ ଭାରତ ତରଫରୁ ଚୀନ ବିରୋଧୀ ସ୍ୱର ତୀବ୍ର ହେବାକୁ ଲାଗିଥିବା ବେଳେ ଅନ୍ୟ ପଟେ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗ ଯୁଦ୍ଧ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ସେଣ୍ଟ୍ରାଲ କମିଶନ ଦ୍ୱାରା ଆୟୋଜିତ ହୋଇଥିବା ଏକ ବୈଠକରେ ରାଷ୍ଟ୍ରପତି ସି. ଜିନପିଙ୍ଗ “ପିପୁଲ୍ସ ଲିବରେସନ ପାର୍ଟି”ର ସୈନିକ ମାନଙ୍କ ପ୍ରଶିକ୍ଷଣକୁ ବ୍ୟାପକ ରୂପେ ବଢାଇବା ସହ ଯୁଦ୍ଧ ପ୍ରସ୍ତୁତି ଆରମ୍ଭ କରି ଦେବାକୁ କହିଛନ୍ତି । କହିରଖିବା ଉଚିତ ହେବ ଯେ, କରୋନା ଭାଇରସକୁ ନେଇ ଚୀନର ଆମେରିକା ଓ ଅଷ୍ଟ୍ରେଲିଆ ପରି ରାଷ୍ଟ୍ର ମାନଙ୍କ ସହ ଦ୍ଵନ୍ଦ ଲାଗିରହିଛି । ସର୍ବାଧିକ ଜଟିଳ ପରିସ୍ଥିତିରେ ବି କେମିତି ବିଜୟ ହାସଲ କରାଯାଇପାରିବ ସେନେଇ ଟ୍ରେନିଂ ନେବାକୁ ଜିନପିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି ।

china ମଙ୍ଗଳବାରର ଏହି ଭାଷଣରେ ଚୀନ ରାଷ୍ଟ୍ରପତି ଆମେରିକା ଓ ତାଇୱାନ ସହ ଲାଗି ରହିଥିବା ଦ୍ଵନ୍ଦ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ଦରକାର ପଡିଲେ ତାଇୱାନକୁ ମଧ୍ୟ ଉଚିତ ଜବାବ ଦିଆଯିବ ବୋଲି ସେ କହିଛନ୍ତି । ନ୍ୟାସନାଲ ପିପୁଲ୍ସ କଂଗ୍ରେସର ବାର୍ଷିକ ଉତ୍ସବରେ ପିପୁଲ୍ସ ଲିବରେସନ ଆର୍ମଡ଼ ପୋଲିସ ଫୋର୍ସର ପ୍ରତିନିଧି ମଣ୍ଡଳ ମାନଙ୍କ ବୈଠକରେ ହିଁ ଚୀନ ରାଷ୍ଟ୍ରପତି ଏହି ସବୁକଥା କହିଛନ୍ତି । କରୋନା ମହାମାରୀ ବ୍ୟାପିବା ସତ୍ତ୍ୱେ ସମସ୍ତ ସୈନ୍ୟ ଦଳଙ୍କୁ କଡ଼ା ପ୍ରଶିକ୍ଷଣ ନେଇ ଯୁଦ୍ଧ ପାଇଁ ପ୍ରତି ସମୟରେ ପ୍ରସ୍ତୁତ ରହିବା ଉଚିତ । ଅନ୍ୟ ପକ୍ଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ତିନି ସେନା ପ୍ରମୁଖଙ୍କ ସହ ସୀମାରେ ଦିନ କୁ ଦିନ ବଢୁଥିବା ଉତ୍ତେଜନାକୁ ନେଇ ବୈଠକ କରିଛନ୍ତି । ଏହି ବୈଠକରେ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ , ସିଡିଏସ ଜେନେରାଲ ବିପିନ ରାଓତ ମଧ୍ୟ ଉପସ୍ଥିତ ଥିଲେ ।

ବୈଠକରେ ସୀମା ପରିସ୍ଥିତି ଓ ଭାରତୀୟ ସୈନ୍ୟଙ୍କ ଯୁଦ୍ଧ ନେଇ ପ୍ରସ୍ତୁତି ବାବଦରେ ଆଲୋଚନା କରାଯାଇଥିଲା । ଭାରତ ସୀମା ଅତିକ୍ରମ କରିବା ନେଇ ଚୀନ ନିଜ ସୈନ୍ୟ ମାନଙ୍କୁ ସୀମା ତଟବର୍ତ୍ତୀ ଅଞ୍ଚଳରେ ନିଯୁକ୍ତ କରିବା ସହ ଉଚ୍ଚ ସ୍ଥାନ ମାନଙ୍କରେ ବିମାନ ଯେ-11 ଓ ଯେ 16 ଏସକୁ ଅପରେଟ କରିବା ଆରମ୍ଭ କରିଦେଇଛି । କହିରଖିବା ଉଚିତ ହେବକି, ଚୀନର ସୋଆୟାଙ୍ଗ ଯେ 11 ହେଉଛି ରୁଷ ନିର୍ମିତ ଏସୟୁ 27 ର ନୂଆ ଭର୍ଜନ । ଏହି ଫାଇଟର ପ୍ଲେନ ଏୟାର ସୁପେରିୟାର ହେବା ସହ ଅନେକ ଦୂରରୁ ମଧ୍ୟ ଆକ୍ରମଣ କରିବାର କ୍ଷମତା ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.