ସ୍କୁଲକୁ ଗୁଳି ଭର୍ତ୍ତି ବନ୍ଧୁକ ନେଇ ଆସିଲା ପ୍ରଥମ ଶ୍ରେଣୀରେ ପଢୁଥିବା ଛାତ୍ର! ଘଟିଲା ଏହି ଅଘଟଣ

ଆମେରିକା: ଆଜିକାଲି ଏମିତି ଅନେକ ଅଘଟଣ ଘଟିଯାଉଛି ଯାହା ସାମାନ୍ୟ ଅସାବଧାନତା ପାଇଁ ଘଟିଥାଏ । ବେଳେବେଳେ ସେହି ଅସାବଧାନତା ଘରର ମୁରବି ମାନେ କରିବସନ୍ତି । ଯାହାଫଳରେ ବଡ ବଡ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡିଥାଏ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଜାଣିବା ପରେ ଆପଣଙ୍କ ପାଦ ତଳୁ ପାଟି ଖସିଯିବ ।

schoolଏହି ଘଟଣା ଘଟିଛି ଆମେରିକାର ଅଲବାମା ରାଜ୍ୟରେ । ଏଠାରେ ଜଣେ ପ୍ରଥମ ଶ୍ରେଣୀରେ ପାଠ ପଢୁଥିବା ୬ ବର୍ଷିୟ ଛାତ୍ର ସ୍କୁଲକୁ ଗୁଳି ଭର୍ତ୍ତି ବନ୍ଧୁକ ନେଇ ଆସିଥିବା ଜଣାପଡିଛି । ଖାଲି ବନ୍ଧୁକଟିକୁ ଆଣିନଥିଲା ଦୁର୍ଭାଗ୍ୟ ବଶତଃ ସେଥିରୁ ଗୁଳି ମଧ୍ୟ ଫୁଟି ଯାଇଥିଲା।
ହେଲେ ସୌଭାଗ୍ୟ ବଶତଃ ଗୁଳିଟି କାହା ଦେହରେ ନବାଜି ସିଧା ଯାଇ କାନ୍ଥରେ ବାଜିଥିଲା। କିନ୍ତୁ ଏଥିରେ କେହି ମୃତାହତ କିମ୍ବା କେହି ଆହତ ହୋଇନାହାନ୍ତି । ଏନେଇ ସ୍କୁଲ୍ ପକ୍ଷରୁ ପୋଲିସ୍ କୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ୍ ପହଁଚି ତଦନ୍ତ କରିବାପରେ ଘଟଣାରେ ଛାତ୍ରଙ୍କ ମାତା-ପିତାଙ୍କୁ ଗିରଫ କରିନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.