Below header

ନିର୍ଭୟା ମାମଲାର ଶୁଣାଣି : କୋର୍ଟରେ ତଥାପି ଦୋଷୀଙ୍କ ପକ୍ଷରୁ ଚାଲିଛି ଡ୍ରାମା, ବିନୟକୁ ‘ସ୍ଲୋ ପଏଜନ୍‌’ ଦିଆଯାଉଥିବା ଅଭିଯୋଗ

ନୂଆଦିଲ୍ଲୀ : ପାଖେଇ ଆସୁଛି ଫେବ୍ରୁରୀ ୧ ତାରିଖ । ନିର୍ଭୟା ଦୋଷୀଙ୍କ ଫାଶୀର ଦିନ । ଯଦିଓ ପୂର୍ବ ନିର୍ଦ୍ଧାରିତ ଜାନୁଆରୀ ୨୨ ତାରିଖ ଘୁଞ୍ଚିବା ପରେ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ପ୍ରକୃତରେ ସେହି ଦିନ ଚାରି ଦୋଷୀଙ୍କୁ ଫାଶୀ ହେବ ତ? ଏଇ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ସେପଟେ ଦିନ ଯେତିକି ପାଖେଇ ଆସୁଛି ନିର୍ଭୟା ଦୋଷୀଙ୍କ ଡ୍ରାମାବାଜି ସେତିକି ବଢୁଛି । ଆଜି ଦିଲ୍ଲୀ ପାଟିଆଲା ହାଉସ୍‌ କୋର୍ଟରେ ମାମଲାର ଶୁଣାଣି ଥିଲା । ଏଥିରେ ସରକାରୀ ଓକିଲ ଅଭିଯୋଗ ଆଣିଲେ ଯେ ବିପକ୍ଷ ଓକିଲ ଓ ଦୋଷୀମାନେ ଅଯଥାରେ ଫାଶୀରେ ବଳମ୍ବ କରିବାର ସବୁ କୌଶଳ ଆପଣାଉଛନ୍ତି ।
ଅନ୍ୟପଟେ ଦୋଷୀଙ୍କ ଓକିଲ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଅନ୍ୟତମ ଦୋଷୀ ବିନୟ ଶର୍ମାକୁ ‘ସ୍ଲୋ ପଏଜନ୍‌’ ଦିଆଯାଉଥିବା ନେଇ ଆଜି କୋର୍ଟରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ବିନୟକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ ତାର ଚିକିତ୍ସା ରିପୋର୍ଟ ଦିଆଯାଉ ନାହିଁ ।
ଗତକାଲି ଏ ସମ୍ପର୍କିତ ପିଟିସନ୍‌ କୋର୍ଟରେ ଦାୟର କରାଯାଇଥିଲା । ଏ ନେଇ ଜେଲ୍‌ ମୁଖପାତ୍ର ରାଜକୁମାରଙ୍କ କହିବା ହେଉଛି, ଆମେ ବିନୟର ଚିକିତ୍ସା ସମ୍ବନ୍ଧିତ କାଗଜପତ୍ର ଇ-ମେଲ୍‌ ଓ ହ୍ଵାଟସଆପ୍‌ରେ ପଠାଇ ସାରିଛୁ । ଦୋଷୀଙ୍କ ଓକିଲ ଏ.ପି. ସିଂହଙ୍କ ଅଫିସ୍‌କୁ ଆମର ଜଣେ ଲୋକ ରିପୋର୍ଟ ନେଇ ଯାଇଥିଲା । ତେବେ ତାଙ୍କ କାର୍ଯ୍ୟାଳୟ ବନ୍ଦ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.