Below header

ମାଡି ଆସୁଛି ଶୀତ ଲହରୀ, ଯେତେ ସମ୍ଭବ ଘର ଭିତରେ ରହିବାକୁ ପରାମର୍ଶ ଦେଲା ଭାରତୀୟ ପାଣିପାଗ ବିଭାଗ

କେନ୍ୟୁଜ୍(ବ୍ୟୁରୋ):  ଶୀତରେ ଥରୁଛି ଉତ୍ତର ଭାରତ । ଆଗକୁ ଆହୁରି ଥଣ୍ଡା ବଢ଼ିବ । ଏବେ ସାଧାରଣ ତାପମାତ୍ରା ଠାରୁ ପ୍ରାୟ ସାଢ଼େ ୪ଡିଗ୍ରୀ ତଳେ ରହୁଛି ପାାରଦ । ଆଗକୁ ଆହୁରି ତଳକୁ ଖସିବ । ସାଧାରଣ ତାପମାତ୍ରା ଠାରୁ ପାଖାପାଖି ୭ ଡିଗ୍ରୀ ସେଲସିୟସ୍‌ କମ୍‌ ରହିବ । ୨୮ ତାରିଖରୁ ଉତ୍ତର ଭାରତକୁ ଭୟଙ୍କର ଶୀତ ଲହରୀ ମାଡି ଆସିବ । ଏହି ସମୟରେ ଯେତେ ସମ୍ଭବ ଘର ଭିତରେ ରହିବାକୁ ପରାମର୍ଶ ଦେଇଛି ଭାରତୀୟ ପାଣିପାଗ ବିଭାଗ ଆଇଏମଡି । ଛିଙ୍କ, କାଶ, ସର୍ଦ୍ଦି ଭଳି ବେମାରୀ ବଢ଼ିବ । ଶରୀରର ତାପମାତ୍ରା କମିବ ।

ତେଣୁ ଏହି ସମୟରେ ମଦ୍ୟପାନ ନକରିବାକୁ ପରାମର୍ଶ ଦିଆଯାଇଛି । ଯଥା ସମ୍ଭବ ଘର ଭିତରେ ରହି ଭିଟାମିନ୍‌-ସି ଯୁକ୍ତ ଫଳ ଖାଇବାକୁ କୁହାଯାଇଛି । ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ଉତ୍ତର ରାଜସ୍ଥାନରେ ଶୀତ ପ୍ରବାହ ସାଂଘାତିକ ହେବ । ସେହିଭଳି ଜମ୍ମୁ କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଅତ୍ୟଧିକ ତୁଷାରପାତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.