Below header

ଚୀନ ରାଷ୍ଟ୍ରପତିଙ୍କ ବିରୋଧରେ ମୁଜାଫରପୁର କୋର୍ଟରେ ରୁଜ୍ଜୁ ହେଲା ମାମଲା, କରୋନା ଭାଇରସ ନେଇ ଆସିଲା ଏପରି ଆରୋପ

କରୋନା କାୟାରେ ଏବେ ପୂରା ବିଶ୍ୱ | ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ଧୀରେ ଧୀରେ ଅନ୍ୟ ଦେଶ ଗୁଡିକୁ ବି ନିଜ କବଳକୁ ନେଇ ସାରିଲାଣି । ଏମିତିକି ଆମ ଦେଶ ଭାରତରେ ବି ଏହି ସଂଖ୍ୟା ପାଖାପାଖି ୧୧୦ ଛୁଇଁଲାଣି । ଆଜି ଭିତରେ ଏହି କାରଣରୁ ୩ ଜଣଙ୍କ ଜୀବନ ବି ଗଲାଣି । କିନ୍ତୁ ଏହି ଭୟଙ୍କର ଭାଇରସର ପ୍ରଭାବ ପ୍ରଥମେ ଯେଉଁ ଦେଶରୁ ଆରମ୍ଭ ହୋଇଥିଲା, ସେ ଦେଶ ବିରୋଧରେ ଏକ ସଂଗୀନ ଅଭିଯୋଗ ଆସିଛି । କରୋନା ଭାଇରସକୁ ନେଇ ମୁଜାଫରବାଦ କୋର୍ଟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରାଜଦୂତ ସନ ବେଇଙ୍କ ବିରୋଧରେ ଏକ ମାମଲା ଦର୍ଜ ହୋଇଛି । ସୂତ୍ର ଅନୁଯାୟୀ ପ୍ରବକ୍ତା ସୁଧୀର ଓଝା ହିଁ ଏହି ମାମଲାଟି ଦର୍ଜ କରିଛନ୍ତି ।

xi xinping

ଏହି ମାମଲାର ଶୁଣାଣି ଆସନ୍ତା ଏପ୍ରିଲ ୧୧ ତାରିଖରେ ହିଁ କରାଯିବ ବୋଲି ସ୍ଥିର କରାଯାଇଛି । କୋର୍ଟ ସୁଧୀରଙ୍କ ଅପିଲକୁ ସ୍ୱୀକାର କରିବା ପରେ ଆଗାମୀ ତାରିଖ ୧୧ ତାରିଖ ରଖିଛନ୍ତି । ପ୍ରକୃତରେ ଚୀନ ବିରୋଧରେ କରୋନା ଭାଇରସକୁ ତିଆରି କରିବା ଓ ତାହାକୁ ବ୍ୟାପିବା ଓ ବିଶ୍ୱକୁ ଭୟବିତ୍ତ କରିବାର ଆରୋପ ଅଣା ଯାଇଛି । ଆଇପିସି ଧାରା ୨୬୯, ୨୭୦, ୧୦୯, ୧୨୦ ବି ଅନୁସାରେ ହିଁ ଏହି ମାମଲା ଦର୍ଜ କରାଯାଇଛି । ଅଭିଯୋଗ କାରୀ ସୁଧୀର ଓଝା ଆହୁରି ମଧ୍ୟ କହିଛନ୍ତିକି, ଜାଣି ବୁଝି ଚୀନ ରାଷ୍ଟ୍ରପତି ଏହି ଭାଇରସର ଉତ୍ପାଦନ କରି ପୂରା ବିଶ୍ୱରେ ତାହାକୁ ଛାଡ଼ି ଦେଇଛନ୍ତି ।ଆଡ଼ଭୋକେଟ ସୁଧୀରଙ୍କ ଏହି ଅଭିଯୋଗକୁ ସ୍ୱୀକାର କରି କୋର୍ଟ ଏକ ଜନ ସ୍ୱାର୍ଥ ମାମଲା ଦର୍ଜ କରିବା ସହ ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୧୧ ତାରିଖକୁ ରଖିଛନ୍ତି ।

କହି ରଖିବା ଉଚିତ ହେବ କି, ଏଯାବତ ସମଗ୍ର ଦିଲ୍ଲୀରେ ପ୍ରାୟ ୭ଟି କରୋନା ମାମଲା ସାମ୍ନାକୁ ଆସିଲାଣି । ଯେବେକି ଉତ୍ତରପ୍ରଦେଶରେ ୧୨ ଟି, କର୍ଣ୍ଣାଟକରେ ୬ ଟି, ମହାରାଷ୍ଟ୍ରର ୩୩ ଟି, ଲଦାଖର ୩ ଟି ମାମଲା ସାମ୍ନାକୁ ଆସିଲାଣି । ଜାମ୍ମୁ କାଶ୍ମୀରରେ ବି ୨ ଜଣ ଆକ୍ରାନ୍ତ ହୋଇସାରିଲେଣି । ଖାଲି ସେତିକି ନୁହେଁ ତାମିଲ ନାଡୁ, ପଞ୍ଜାବ, ରାଜସ୍ଥାନ ପରି ରାଜ୍ୟ ଗୁଡିକରେ ଅନେକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହେଲେଣି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.