ଥମୁନି ବିବାଦ : ବାଲାକୋଟ ଏୟାର ଷ୍ଟ୍ରାଇକକୁ ନେଇ ଆଜି ବି ଜାରି ରହିଛି ବୟାନବାଜି

ବାଲାକୋଟରେ ଏୟାର ଷ୍ଟ୍ରାଇକକୁ ନେଇ ଥମୁନି ବୟାନବାଜି। କେତେ ମରିଛନ୍ତି ଆତଙ୍କବାଦୀ, ସେ ପ୍ରଶ୍ନର ଉତ୍ତର ଆସୁନି କି ବିବାଦ ଥମୁନାହିଁ। ଏଭିତରେ ପ୍ରତିଷ୍ଠିତ ବିଦେଶୀ ନ୍ୟୁଜ୍ ଏଜେନ୍ସି ଷ୍ଟ୍ରାଇକ ସ୍ଥଳର ସାଟେଲାଇଟ୍ ଫଟୋ ପ୍ରକାଶ କରିଛି।

ଭାରତର ଏୟାର ଷ୍ଟ୍ରାଇକ୍ରେ କେତେ ଆତଙ୍କବାଦୀ ମଲେ। ଦେଶ ଭିତରେ ବିଭିନ୍ନ ମହଲରୁ ଏ ପ୍ରଶ୍ନ ଉଠିଲାଣି। ଏପରି ପ୍ରଶ୍ନରେ ବିରୋଧୀଙ୍କୁ ସମାଲୋଚନା କରୁଛନ୍ତି ସରକାର। କିନ୍ତୁ ଏ ପ୍ରଶ୍ନ ବିଦେଶୀ ମିଡିଆରେ ବି ଉଠୁଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସର ପ୍ରକାଶିତ କରିଛି ଏହି ସାଟେଲାଇଟ୍ ଇମେଜ୍। ରଏଟର୍ସ କହୁଛି, ଭାରତ ଯେଉଁ ସ୍ଥାନରେ ଏୟାର ଷ୍ଟ୍ରାଇକ୍ କରିଛି ସେହି ସ୍ଥାନର ଫଟୋ। ଏହି ଇମେଜ୍ରେ ଜୈସ ଏ ମହମ୍ମଦ ଦ୍ୱାରା ପରିଚାଳିତ ମାଦ୍ରାସାର ବିଲ୍ଡିଂ ଠିଆ ହୋଇ ରହିଛି। ଏଠାରେ ଏୟାର ଷ୍ଟ୍ରାଇକ୍ କରି ବହୁ ସଂଖ୍ୟାରେ ଆତଙ୍କବାଦୀଙ୍କୁ ମାରିଛି ଭାରତ।

airstrike 2

ସାନ୍ ଫ୍ରାନ୍ସିସ୍କୋର ଏକ ଘରୋଇ ସାଟେଲାଇଟ୍ ଅପରେଟର ପ୍ଲାନେଟ୍ ଲାବ୍ଠାରୁ ଏହି ସାଟେଲାଇଟ୍ ଇମେଜ୍ ପାଇଛି ରଏଟର୍ସ। ବାଲାକୋଟ୍ ଆକ୍ରମଣ ଛଅ ଦିନ ପରର ଅର୍ଥାତ ମାର୍ଚ୍ଚ ୪ର ଏ ଦୃଶ୍ୟ। ଏପ୍ରିଲ ୨୦୧୮ଠାରୁ ଏବେର ଚିତ୍ରରେ କୌଣସି ପରିବର୍ତ୍ତନ ନାହିଁ। ମିଶାଇଲ ମାଡର କୌଣସି ଚିହ୍ନବର୍ଣ୍ଣ ନାହିଁ।

ମଶା କାମୁଡିଲେ, ମଶା ମାରି ଶୋଇପଡେ। ମରିଥିବା ମଶାଙ୍କୁ ଗଣିବା ପାଇଁ ବସି ଯାଏନି। ବିରୋଧୀଙ୍କୁ ଏହି ଉତ୍ତର ଦେଇଛନ୍ତି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି କେ ସିଂହ। ସେପଟେ କିଛି ଦିନ ତଳେ ଅମିତ ଶାହା କହିଥିଲେ ୨୫୦ ଆତଙ୍କବାଦୀ ମରିଥିଲେ। ଏୟାର ଷ୍ଟ୍ରାଇକ କରି ବୀରତ୍ୱ ପ୍ରଦର୍ଶନ କଲେ ବାୟୁସେନା। କିନ୍ତୁ ରାଜନୈତିକ ଫାଇଦା ପାଇଁ ଉଭୟ ବିଜେପି ଓ କଂଗ୍ରେସ ପରସ୍ପର ବିରୋଧରେ ଷ୍ଟ୍ରାଇକ କରି ଚାଲିଛନ୍ତି।

Leave A Reply

Your email address will not be published.