ହରଦା ବିସ୍ଫୋରଣ: ବେକରେ ସୁତୁଲି ବୋମାର ହାର ପିନ୍ଧି ନିଆରା ବିରୋଧ ପ୍ରଦର୍ଶନ କଲେ କଂଗ୍ରେସ ବିଧାୟକ

ହରଦାର କଂଗ୍ରେସ ବିଧାୟକ ରାମକିଶୋର ଦୋଗନେ ନକଲି ସୁତୁଲି ବୋମାର ହାର ପିନ୍ଧି ଆଜି ବିଧାନସଭା ପହଞ୍ଚିଥିଲେ । ହରଦା ବାଣ ବିସ୍ଫୋରଣ ଘଟଣାକୁ ନେଇ ସେ ନିଆରା ଢଙ୍ଗରେ ବିରୋଧ ପ୍ରଦର୍ଶନ କରିବା ସହିତ ଗାନ୍ଧି ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦେଇଥିଲେ

ହରଦାର କଂଗ୍ରେସ ବିଧାୟକ ରାମକିଶୋର ଦୋଗନେ ନକଲି ସୁତୁଲି ବୋମାର ହାର ପିନ୍ଧି ଆଜି ବିଧାନସଭା ପହଞ୍ଚିଥିଲେ । ହରଦା ବାଣ ବିସ୍ଫୋରଣ ଘଟଣାକୁ ନେଇ ସେ ନିଆରା ଢଙ୍ଗରେ ବିରୋଧ ପ୍ରଦର୍ଶନ କରିବା ସହିତ ଗାନ୍ଧି ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦେଇଥିଲେ ।

ବିଧାୟକ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ହଟାଇଲେ କିଛି ହେବ ନାହିଁ । ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌ । କହି ରଖୁଛୁ, ହରଦା ବିସ୍ଫୋରଣ ପରେ ରାଜ୍ୟ ସରକାର ଜିଲ୍ଲାପାଳ ଋଷି ଗର୍ଗଙ୍କୁ ହଟାଇ ଦେଇଛନ୍ତି । ଏଥିସହ ଏସପି ସଞ୍ଜୀବ କୁମାର କଞ୍ଚନଙ୍କୁ ହଟାଇ ଭୋପାଳ ମୁଖ୍ୟାଳୟ ପଠାଇ ଦେଇଛନ୍ତି ।

ବିଧାୟକ ଦୋଗନେ ଅଭିଯୋଗ ଆଣିଛନ୍ତି ଯେ ସରକାର ଏବଂ ପ୍ରଶାସନର ଭୁଲ୍‌ ଯୋଗୁ ଏହି ଘଟଣା ଘଟିଛି । ଆହୁରି ମଧ୍ୟ ସେ ଭଗ୍ନାବଶେଷ ତଳେ ୧୦୦ରୁ ଅଧିକ ଲୋକ ଦବି ରହିଥିବା କଥା କହିଛନ୍ତି । ଯଦିଓ କଂଗ୍ରେସ ବିଧାୟକଙ୍କୁ ବିଧାନସଭା ଗେଟ୍‌ଠାରେ ଅଟକାଯାଇ ତାଙ୍କ ବେକରୁ ସୁତୁଲି ବୋମାର ମାଳ କାଢ଼ି ନିଆଯାଇଥିଲା ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ହରଦାରେ ଏକ ବାଣ କାରଖାନାରେ ପ୍ରଚଣ୍ଡ ବିସ୍ଫୋରଣ ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୪୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.