ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇବା ପାଇଁ କଂଗ୍ରେସର ନିଷ୍ପତ୍ତି

ନୂଆଦିଲ୍ଲୀ(କେନ୍ୟୁଜ୍): ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇବା ପାଇଁ କଂଗ୍ରେସ ସ୍ଥିର କରିଥିବା ସୂଚନା ମିଳିଛି। ରାଜସ୍ଥାନର ବିଜେପି ରାଜ୍ୟ ସଭାପତି ମଦନ ଲାଲ ସିଆନିଙ୍କ ବିୟୋଗ ପରେ ଏହି ଆସନ ଏବେ ଖାଲି ପଡିଛି। ରାଜସ୍ଥାନରେ ବିଜେପି ଶାସନ ଚାଲିଥିବା ବେଳେ ମଦନଲାଲ ସିଆନିଙ୍କୁ ବିଜେପି ରାଜ୍ୟସଭାକୁ ପଠାଇଥିଲା। ତେବେ ବର୍ତ୍ତମାନ ରାଜସ୍ଥାନରେ କଂଗ୍ରେସ ସରକାର ଥିବା ବେଳେ ମନମୋହନ ସିଂହଙ୍କୁ ରାଜ୍ୟସଭାକୁ ପଠାଇବାରେ କିଛି ଅସୁବିଧା ହେବନି। ଏ ସଂପର୍କରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଗତକାଲି ମନମୋହନ ସିଂହ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ତେବେ ଗତ ୨୮ ବର୍ଷ ହେଲା ମନମୋହନ ସିଂହ ରାଜ୍ୟସଭାର ସଦସ୍ୟ ଅଛନ୍ତି। ସେ ଆସାମରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଆସୁଛନ୍ତି। ଗତ ମାସରେ ତାଙ୍କର ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ ହୋଇଛି। କିନ୍ତୁ ଏଥର ତାଙ୍କୁ କେରଳରୁ ରାଜ୍ୟସଭାକୁ ପଠାଇବା ପାଇଁ ପ୍ରାଥମିକ ଭାବେ କଂଗ୍ରେସ ମସୁଧା କରିଥିଲା। କିନ୍ତୁ ପରବର୍ତ୍ତି ସମୟରେ ଏହି ନିଷ୍ପତ୍ତି ପରିବର୍ତ୍ତନ କରିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.