Below header

ଟ୍ରିପଲ ତଲାକ ପ୍ରସଙ୍ଗରେ କଂଗ୍ରେସର ୟୁ ଟର୍ଣ୍ଣ, ଦଳ କ୍ଷମତାକୁ ଆସିଲେ ଆଇନକୁ କରାଯିବ ଅସିଦ୍ଧ

ନୂଆଦିଲ୍ଲୀ : ଟ୍ରିପଲ ତଲାକ ପ୍ରସଙ୍ଗରେ କଂଗ୍ରେସର ୟୁ ଟର୍ଣ୍ଣ । ଦଳ କ୍ଷମତାକୁ ଆସିଲେ ତିନି ତଲାକ ଆଇନକୁ ଅସିଦ୍ଧ କରାଯିବ ବୋଲି କହିଛନ୍ତି ମହିଳା କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷା ସୁସ୍ମିତା ଦେବ। ଦିଲ୍ଲୀର ଜବାହାର ଲାଲ ନେହେରୁ ଷ୍ଟାଡିୟମରେ ଦଳର ସଂଖ୍ୟାଲଘୁ ମୋର୍ଚ୍ଚା ମହାଧିବେଶନରେ ଏହା କହିଛନ୍ତି ସୁସ୍ମିତା । ସେ କହିଛନ୍ତି, ମୋଦି ସରକାରଙ୍କ ତିନି ତଲାକ କାନୁନ ମୁସଲିମ ପୁରୁଷଙ୍କୁ ଜେଲ ପଠାଇବାକୁ ଷଡ଼ଯନ୍ତ୍ର । ସମ୍ବିଧାନ ବିରୋଧୀ କୌଣସି ଆଇନକୁ କଂଗ୍ରେସ ସମର୍ଥନ କରେ ନାହିଁ । କେବଳ ମୁସଲିମ ମହିଳା ଏହି ଆଇନକୁ ବିରୋଧ କରୁନାହାନ୍ତି ବରଂ ତାଙ୍କ ଦଳ ମଧ୍ୟ ଏହାକୁ ବିରୋଧ କରୁଛି । ଏହି ମହାଧିବେଶନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ସେପଟେ ଏଭଳି ବୟାନ ତୁଷ୍ଟୀକରଣର ସବୁ ସୀମା ଲଂଘିଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ସମ୍ବିିତ ପାତ୍ର । କଂଗ୍ରେସର ସର୍ବୋଚ୍ଚ ନ୍ୟାୟାଳୟଙ୍କ ପ୍ରତି ସମ୍ମାନ ନାହିଁ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.