ପୁରୁଷ ଖାଇବେ ଗର୍ଭନିରୋଧକ ବଟିକା! ଆସିଗଲା ନୂଆ ଉପାୟ…ଆଉ ରହିବନି ପ୍ରେଗନାନ୍ସି ଡର

ପୁରୁଷଙ୍କ ପାଇଁ ଗର୍ଭନିରୋଧକ ବଟିକା। ଆଶ୍ଚର୍ଯ୍ୟ ଲାଗୁଛି ନା, ତେବେ ପଢ଼ନ୍ତୁ ଏହି ଖବର। ନିକଟରେ ବୈଜ୍ଞାନିକମାନେ ପୁରୁଷମାନଙ୍କ ପାଇଁ ଏମିତି ଏକ ଗର୍ଭନିରୋଧକ ବଟିକା ତିଆରି କରିଛନ୍ତି, ଯାହା ପ୍ରେଗ୍ନାନ୍ସିକୁ ରୋକିବା ପାଇଁ ବହୁତ ପ୍ରଭାବଶାଳୀ ପ୍ରମାଣିତ ହୋଇଛି। ବୈଜ୍ଞାନିକଙ୍କ ଦାବି ଯେ ଏହି ଔଷଧ ୯୯ ପ୍ରତିଶତ ପର୍ଯ୍ୟନ୍ତ ପ୍ରେଗନାନ୍ସିକୁ ରୋକିବାରେ ସଫଳ। ଖୁବ୍‌ଶୀଘ୍ର ଏହି ଗର୍ଭନିରୋଧକ ବଟିକାର ମାନବ ପରୀକ୍ଷଣ କରାଯିବ।

ଏହି ଔଷଧକୁ ପ୍ରଥମେ ମୂଷାଙ୍କ ଉପରେ ପରୀକ୍ଷଣ କରାଯାଇଥିଲା, ଯେଉଁଥିରେ କୌଣସି ବି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ନଜର ଆସି ନ ଥିଲା। ବୈଜ୍ଞାନିକମାନେ ଏହି ନନ୍ ହର୍ମୋନାଲ ଡ୍ରଗ୍ର ନାମ YCT529 ରଖିଛନ୍ତି। YCT529କୁ ପାଖାପାଖି ୪ ସପ୍ତାହ ଧରି ମୂଷାଙ୍କୁ ଦିଆଯାଇଥିଲା। ୪ ସପ୍ତାହ ପରେ ଏହି ଗର୍ଭନିରୋଧକକୁ ରୋକିବା ପରେ ସମସ୍ତ ମୂଷା ପୁଣି ଛୁଆ ଜନ୍ମ କରିଥିଲେ।

ମୂଷାଙ୍କ ଉପରେ ଗବେଷଣା ପରେ ମିନେସୋଟା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଏବେ ନନ୍ ହର୍ମୋନାଲ ଡ୍ରଗ୍ର ହ୍ୟୁମାନ ଟ୍ରାଏଲ ପାଇଁ ପ୍ଲାନିଂ କରୁଛନ୍ତି। ଏହି ଡ୍ରଗ୍ ଦ୍ୱାରା ପୁରୁଷଙ୍କ ଶରୀରରେ ଏକ ପ୍ରକାରର ପ୍ରୋଟିନକୁ ରୋକା ଯାଇଥାଏ, ଯାହାକି ସ୍ପର୍ମକୁ ଅଟକାଇଥାଏ। ଏଥି ପୂର୍ବରୁ ବ୍ରିଟେନରେ ମଧ୍ୟ ପୁରୁଷମାନଙ୍କ ଉପରେ ଗର୍ଭନିରୋଧକ ବଟିକାର ପରୀକ୍ଷଣ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଗବେଷଣାର ନେତୃତ୍ୱ ନେଇଥିବା ପ୍ରଫେସର ଗୁଣ୍ଡା ଜର୍ଜଙ୍କ କହିବା ହେଲା, YCT529 ନନ୍ ହର୍ମୋନାଲ ଡ୍ରଗ୍ ପୁରୁଷଙ୍କ ପାଇଁ ଅଧିକ ପ୍ରଭାବଶାଳୀ।

ଏହି ଗର୍ଭନିରୋଧକ ବଟିକା ପୁରୁଷମାନଙ୍କ ଟେଷ୍ଟେଷ୍ଟ୍ରୋନ୍‌କୁ ଟାର୍ଗେଟ୍ କରିଥାଏ। ଏହି ଗର୍ଭନିରୋଧକ ପୁରୁଷଙ୍କ ସେକ୍ସ ହର୍ମୋନକୁ ବ୍ଲକ କରି ଦେଇଥାଏ, ଯେପରି ହେଲ୍ଦି ସ୍ପର୍ମ ସେଲ୍ସ ସୃଷ୍ଟି ହୋଇ ନ ପାରିବ। ତେବେ ଗବେଷକମାନଙ୍କ କହିବା ହେଲା, YCT529ର ହୁମ୍ୟାନ ଟ୍ରାଏଲ ୨୦୨୨ ଭିତରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.