ଫ୍ରାନ୍ସକୁ ପୁଣି ଫେରିଲା କରୋନା, ଅନିର୍ଦ୍ଦିଷ୍ଟ କାଳ ପାଇଁ ଲକ୍‌ଡାଉନ୍‌ ଘୋଷଣା କଲେ ମାକ୍ରନ ସରକାର

ଫ୍ରାନ୍ସରେ କରୋନା ସ୍ଥିତି ଉଦ୍‌ବେଗଜନକ । ଦେଶକୁ ପୁଣି ଫେରିଲା କରୋନା ସଂକ୍ରମଣ । କରୋନା ସଂକ୍ରମଣ ରୋକିବାକୁ ଫ୍ରାନସ୍‌ ସରକାର ପୁଣି ଥରେ କଡ଼ା ପଦକ୍ଷେପ ନେଇଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଦ୍ୱିତୀୟ ଥର ପାଇଁ ଜାତୀୟ ସ୍ତରରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ଅନିର୍ଦ୍ଦିଷ୍ଟ କାଳ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ପୂର୍ବ ଅପେକ୍ଷା ଏବେ ଫ୍ରାନ୍ସରେ କରୋନା ଫାଇରସ୍‌ ଅଧିକ ମାତ୍ରାରେ ବ୍ୟାପୁଛି ।

ନଭେମ୍ବର ମଧ୍ୟଭାଗ ସୁଦ୍ଧା ଇଣ୍ଟେନସିଭକ କେୟାର ୟୁନିଟ୍‌ ସଂପୂର୍ଣ୍ଣ ହୋଇଯିବ ବୋଲି ଫ୍ରାନ୍ସ ଆଶା ରଖିଛି । ପ୍ରଥମ ଲକ୍‌ଡାଉନ୍‌ ଅପେକ୍ଷା ଏଥର ଲକ୍‌ଡାଉନ୍‌ ସାମାନ୍ୟ କୋହଳ ରହିଛି । ଏହି ସମୟରେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ଖୋଲାରହିବ । ଗତକାଲି ଗୋଟିଏ ଦିନରେ ଫ୍ରାନ୍ସରେ ୪୭ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଫ୍ରାନ୍ସ ସରକାର ରାତ୍ରୀକାଳୀନ କର୍ଫ୍ୟୁ ଜାରି କରିଥିଲେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.