Below header

ଚୀନରେ ମାଡିଚାଲିଛି ଭାଇରସ କରୋନା, କାହିଁକି ବ୍ୟାପୁଛି ଏ ଭାଇରସ ଓ କଣ ଏ ଭାଇରସର ଉତ୍ସ ଜାଣନ୍ତୁ ଏହି ଖବରରୁ

କେନ୍ୟୁଜ୍(ବ୍ୟୁରୋ): ଚୀନରେ କୋରୋନା ଆତଙ୍କ । କାହିଁକି ବ୍ୟାପୁଛି ଭାଇରସ ? ଭାଇରସର ଉତ୍ସ କଣ ? ବିଷାକ୍ତ ଚାଇନିଜ କ୍ରେଟ ଓ ଚାଇନିଜ କୋବ୍ରା କୋରନା ଭାଇରସ ଉତ୍ସ କି ? ଚାଲିଛି ତନାଘନା । ଭାଇରସରୁ ମିଳିଥିବା ୨୦୧୯-ncov ଭାଇରସ ସାପର ଉତ୍ସ ବୋଲି କୁହାଯାଉଛି । ବୁହାନରେ ବିକ୍ରି ହେଉଥିବା ସାପରୁ ଭାଇରସ ଶରୀରକୁ ଆସୁଛି କି ?  ଏହାକୁ  ନଜରରେ ରଖି ବନ୍ୟଜନ୍ତୁଙ୍କ ମାଂସ ଖାଇବା ଉପରେ ବ୍ୟାନ ଲଗାଇଛି ଚୀନ ସରକାର । ଭୂତାଣୁ ବ୍ୟାପିବା ଆଶଙ୍କା ଥିବାରୁ ବୁହାନ ସହରରେ ଲୋକମାନଙ୍କ ଚଳପ୍ରଚଳ ଉପରେ ଜାରି ହୋଇଛି କଟକଣା । ସହର ବାହାରେ ବି ପୋଲିସ ପକ୍ଷରୁ କରାଯାଇଛି ରୋଡ୍‌ ବ୍ଲକ୍‌ । ନୂଆ ବର୍ଷ ଉତ୍ସବ ବି ବିତିଲ କରିଦିଆଯାଇଛି ।

ଏପଟେ କୋରୋନାକୁ ମୁକାବିଲା କରିବାକୁ ତୟାର ଚୀନ ସରକାର । ହସ୍ପିଟାଲରେ ରୋଗୀ ସଂଖ୍ୟା ବଢିଚାଲିଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ତିଆରି ହୋଇଛି ଦୁଇ ଦୁଇ ନୂଆ ଡାକ୍ତରଖାନା । ବୁହାନ ସହରରେ ଗତ ୨୩ ତାରିଖରୁ ଆରମ୍ଭ ହୋଇଛି ମେଡିକାଲ ତିଆରି କାମ । ୨୫ ହଜାର ବର୍ଗଫୁଟ ସ୍ଥାନରେ ନିର୍ମିତ ମେଡିକାଲରେ ରହିଛି ୧ ହଜାର ରୋଗୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା । ଦିନ ରାତିରେ କାମରେ ଲାଗିଛନ୍ତି ୧୫ ଶହ ଶ୍ରମିକ । ଫେବୃଆରୀ ୩ ସୁଦ୍ଧାରେ ଏଠାରେ ରୋଗୀଙ୍କୁ ଆଡମିଟ କରାଯିବ । ସେହିପରି ଅନ୍ୟ ହସ୍ପିଟାଲରେ ବି ୧୩ ଶହା ରୋଗୀ ଚିକିତ୍ସିତ ହୋଇପାରିବେ ।

 

ଏ   ପଟେ କୋରୋନା ଭାଇରସ୍‌କୁ ନେଇ ଚିନ୍ତାରେ ଭାରତ । ୧୨ ଜଣଙ୍କ ଦେହରେ ଚିହ୍ନଟ ହେଲାଣି ଭାଇରସ୍‌ । ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟସଚିବ ସମସ୍ତ ରାଜ୍ୟ ସରକାରଙ୍କ ସହ କରୋନା ନେଇ ଆଲୋଚନା କରିବେ । ସେହିପରି କରୋନା ଉପରେ ତୀକ୍ଷ୍ନ ନଜର ରଖିଛି ରାଜ୍ୟ ।

ଆଡଭାଇଜରୀ ଜାରି ପରେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସମେତ ବିଜୁ ପଟ୍ଟନାୟକ ବିମାନ ବନ୍ଦର କତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।

କାୟା ମେଲାଇବା ସହ ଚୀନ୍‌ରେ ମାଡିଚାଲିଛି ଭାଇରସ୍‌ । ବର୍ତ୍ତମାନ ସୁଦ୍ଧା ୫୬ ଜଣଙ୍କ ଜୀବନ ଗଲାଣି । ୨ ହଜାରରୁ ଅଧିକ ଲୋକ ଏବେ ବି ଆକ୍ରାନ୍ତ । ଚୀନ୍‌ ନେସନାଲ ହେଲ୍‌ଥ କମିଶନର ସୂଚନା ଅନୁସାରେ ୨୪ ଘଣ୍ଟା ମଧ୍ୟରେ ୧୭୭୫ ଟି ନୂଆ ମାମଲା ସାମ୍ନାକୁ ଆସିଛି । ୨୩୭ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ରହିଛି ସଙ୍କଟାପନ୍ନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.