ଲଦାଖ ଭ୍ୟାଲିରେ ଆଇନ ଅମାନ୍ୟ କରି ଦମ୍ପତ୍ତିଙ୍କ ଠାରୁ ଆଦାୟ ହେଲା ୫୦ ହଜାର ଟଙ୍କାର ଫାଇନ, କାହିଁକି ଜାଣନ୍ତୁ

ପୁଣି ଥରେ ପର୍ଯ୍ୟଟକ ମାନେ ଧରା ପଡିଛନ୍ତି । କଟକଣା ଲାଗିଥିବା ସ୍ଥାନକୁ SUV ନେଇ ଅବାଧରେ ପ୍ରବେଶ କରିବାକୁ ନେଇ ଏହି ପର୍ଯ୍ୟଟକ ଦଳ ପୋଲିସ ହାତରେ ଧରାପଡ଼ି ଦଣ୍ଡିତ ହୋଇଛନ୍ତି । କିଛି ଦିନ ତଳେ ଲେହ ପୋଲିସ ପକ୍ଷରୁ ଦୁଇଟି ଫଟୋ ଫେସବୁକ ପେଜରେ ପୋଷ୍ଟ କରାଯାଇଛି । ପ୍ରକୃତରେ ଘଟଣାଟି ଘଟିଛି ଏହିପରି । ଲେହ ଆଖପାଖ ଅଂଚଳରେ ଥିବା ନୁବ୍ରା ଭ୍ୟାଲି ଅଂଚଳର ଏହି ଫୋଟୋଟି ହୋଇଥିବା ନେଇ ଜଣାଯାଇଛି । ପ୍ରକୃତରେ ଏକ ପର୍ଯ୍ୟଟନ ଗାଡି ଏସଡ଼ିଏମ ନିୟମ ନମାନି ସ୍ୟାଣ୍ଡ ଡିଉନ ଅଂଚଳ ଉପରେ ଜୋର ଜବରଦସ୍ତ ଭାବେ ଗାଡି ଚଢ଼ାଇବାକୁ କେନ୍ଦ୍ର କରି ଏହି ଫୋଟୋ ଉଠାଯାଇଛି । ଏହି ମାମଲାରେ ଜୟପୁର ଅଂଚଳର ଏକ ଦମ୍ପତ୍ତିକୁ ଆଇନ ଅମାନ୍ୟ କରିବା ଅଭିଯୋଗରେ ଗିରଫ କରାଯିବା ସହ ତାଙ୍କ ଠାରୁ ୫୦ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଛି । କହିରଖିବା ଉଚିତ ହେବକି, ଲେହ ଜିଲ୍ଲା ପୋଲିସ ପକ୍ଷରୁ ଅନେକ ଦିନ ପୂର୍ବରୁ ଉକ୍ତ ଅଂଚଳରେ କଟକଣା ଜାରି କରାଯାଇଥିଲା ।

Pics show SUV being driven on Ladakh's sand dunes, couple fined ₹50,000 –  Kashmir.Report

image credit: Kashmir Report

ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲାକି ବେପରୁଆ ଭାବେ ଗାଡି ଚଲେଇବା ଦ୍ୱାରା ଉକ୍ତ ଅଂଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବା ନେଇ ଲକ୍ଷ କରାଯାଇଛି । ଆଉ ଯାହାକୁ ଆଧାର କରି ନୁବ୍ରା ଭ୍ୟାଲି ତଥା ଏହାର ଆଖପାଖ ଅଞ୍ଚଳରେ କଟକଣା ଜାରିକରାଯାଇଛି । ସେହି SUV ଗାଡି ନମ୍ବର ପ୍ଲେଟରୁ ଜଣାପଡୁଛିଯେ ଏହି ଗାଡିଟି ଦିଲ୍ଲୀ ଅଂଚଳର । ବିଭିନ୍ନ ମହଲରୁ ଲେହ ପୋଲିସ ନିକଟକୁ ପ୍ରସଂଶାର ସୁଅ ଛୁଟୁଛି । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଯେଉଁମାନେ କ୍ଷତି କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଉଚିତ ଦଣ୍ଡ ଦେବା କାରଣରୁ ଳେହ ପୋଲିସ ନିକଟକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଏହାକୁ ନେଇ ଫେସବୁକ ୟୁଜର ମାନେ କମେଣ୍ଟ ପରେ କମେଣ୍ଟ ଦେଇ ଚାଲିଛନ୍ତି । କିଏ ଲେଖିଛନ୍ତି “ଗୁଡ଼ ଜବ” ତ କିଛି ଜଣ ଲେଖିଛନ୍ତିକି ଆପଣ ମାନଙ୍କୁ ନମସ୍କାର । କହିରଖିବା ଉଚିତ ହେବକି ଲେହ ଭ୍ୟାଲିର ଠିକ ଉତ୍ତର ଦିଗରେ ଅବସ୍ଥିତ “ନୁବ୍ରା ଭ୍ୟାଲି” । କହିରଖିବା ଉଚିତ ହେବକି ଏହି ଭ୍ୟାଲିରେ ହିଁ ଶ୍ୟାକ ଓ ସିଆଚେନ ନଦୀ ଏକାଠି ହୋଇଛନ୍ତି । ଏହା ବ୍ୟତୀତ କହିରଖିବା ଉଚିତ ହେବକି ଏହି ଭ୍ୟାଲି କାରାକୋରମ ରେଞ୍ଜରୁ ଲଦାଖକୁ ଭିନ୍ନ କରୁଛି ।

ଗତ ଏପ୍ରିଲ ମାସରେ ପ୍ରିଷ୍ଟିନ ପ୍ୟାନଗଙ୍ଗ ଲେକ ଅଂଚଳରେ ଏକ Audi SUV ରେସ କରୁଥିବା ଅବସ୍ଥାରେ ନଜର ଆସିଥିଲା । ଏହି ସମୟରେ ଦୁଇ ଜଣ ପର୍ଯ୍ୟଟକଙ୍କୁ ଧରାଯାଇଥିଲା । ସେମାନଙ୍କ ଦାୟିତ୍ୱହୀନ କାର୍ଯ୍ୟକଳାପକୁ କେନ୍ଦ୍ର କରି ତାଙ୍କୁ ଗିରଫ କରାଯାଇଥିଲା । ଏହା ସହ ଏହି ଭିଡିଓରେ କିଛି ଫୋଲଡ଼େବଲ ଚେୟାର ଓ ଟେବଲ ମଧ୍ୟ ନଜର ଆସିଥିଲା । ଏହି ଟେବେଲ ଉପରେ କିଛି ମଦ ବୋତଲ ରଖାଯାଇଥିବା ନେଇ ଲକ୍ଷ କରାଯାଇଥିଲା । ସେହି Audi SUVରେ ହରିୟାଣା ଲାଇସେନ୍ସ ପ୍ଲେଟ ଲାଗିଥିବା ନେଇ ଠାବ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.