ଭାଲେଣ୍ଟାଇନ ଡେ ପୂର୍ବରୁ ପ୍ରେମୀଯୁଗଳଙ୍କ ହତ୍ୟା , ଖଣ୍ଡଖଣ୍ଡ କରିବା ପରେ ନିଆଁରେ ଜଲାଇଲେ ସଂପର୍କୀୟ

ଗୟା : ବିହାରର ଗୟା ଅଞ୍ଚଳର ଏକ ପ୍ରେମୀଯୁଗଳକୁ ଭଲ ପାଇବା ପଡ଼ିଛି ମହଙ୍ଗା। ଭଲ ପାଉଥିବା କାରଣରୁ ତାଙ୍କ ସଂପର୍କୀୟ ଖାଲି ତାଙ୍କର ହତ୍ୟା କରିନାହାନ୍ତି ବରଂ ତାଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ପେଟ୍ରୋଲରେ ଜଳାଇ ଦେଇଛନ୍ତି। ଘଟଣାରେ ସପୃକ୍ତଥିବା ଝିଅର ବାପା, ଦାଦା ଏବଂ ଭାଇକୁ ଏବେ ପୋଲିସ ଗିରଫ କରି, ତଦନ୍ତ ଚଳାଇଛି ।

dead couple

ଘଟଣାଟି ଗୟା ଜିଲ୍ଲାର ମୁଫସିଲ ଥାନା ଅନ୍ତର୍ଗତ ମାନିୟାରୀ ଗ୍ରାମରେ ଘଟିଛି। ଗ୍ରାମର ବାସିନ୍ଦା ସୀମା କୁମାରୀ ପାଖ ଗ୍ରାମର ବିକାଶଙ୍କୁ ଭଲ ପାଉଥିଲେ। ତିନି ମାସ ପୂର୍ବେ ସୀମା ତାଙ୍କ ପ୍ରେମୀକଙ୍କ ସହ ଘର ଛାଡି ପଳାଇଯାଇଥିଲେ। ଯାହାପରେ ସୀମାଙ୍କ ପିତା ଥାନାରେ ସୀମାଙ୍କ ଅପହରଣ ନେଇ ଏତଲା ଦେଇଥିଲେ। ପରେ ପୋଲିସ ବିକାଶଙ୍କୁ ଗିରଫ କରିବା ସହ ଜେଲ ପାଠାଇଥିଲା।
ପାଞ୍ଚ ଦିନ ତଳେ ବିକାଶଙ୍କୁ ଜାମିନ ମିଳିଥିବା ବେଳେ ସେ ସୀମାଙ୍କୁ ଦେଖା କରିବା ପାଇଁ ଗାଁ ବାହାରେ ଥିବା ନଦୀ ତଟକୁ ଡାକିଥିଲେ। ଏହାର ସୂଚନା ସୀମାଙ୍କ ପିତା, ଦାଦା ଏବଂ ଭାଇକୁ ଲାଗିଥିଲା। ସେମାନେ ଦୁହିଁଙ୍କୁ ଏକୁଟିଆ ପାଇଁ ତାଙ୍କର ହତ୍ୟା କରିବା ସହ ଶରୀରକୁ ଖଣ୍ଡଖଣ୍ଡ କରିଦେଇଥିଲେ।

accused

ଏହାପରେ ମଧ୍ୟ ଅଭିଯୁକ୍ତମାନଙ୍କର ମନ ଶାନ୍ତ ହୋଇନଥିଲା। ପ୍ରେମୀଯୁଗଳଙ୍କ ଖଣ୍ଡ ବିଖଣ୍ଡ ଶରୀରକୁ ଏକାଠୀ କରି ସେଥିରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ ସେମାନେ । ପୋଲିସ ଉଦ୍ଭୟଙ୍କ ଅବଶେଷ ପାଇଥିବା ବେଳେ ତାହାର ଯାଞ୍ଚ ପାଇଁ ଫରୋନସିକ୍ ଲ୍ୟାବ୍ ପଠାଇଛି।

Leave A Reply

Your email address will not be published.