Below header

ମନୀଷ ସିସୋଦିଆଙ୍କ ପରେ ଏବେ ସଞ୍ଜୟ ସିଂଙ୍କୁ ଝଟ୍‌କା, ଜାମିନ୍‌ ଦେଲେନି କୋର୍ଟ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ବଡ଼ ଝଟ୍‌କା ଲାଗିଛି। ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ବଡ଼ ଝଟ୍‌କା ଲାଗିଛି। ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି। ମନୀଷ ସିସୋଦିଆଙ୍କ ପରେ ଏବେ ସଞ୍ଜୟ ସିଂଙ୍କୁ ମଧ୍ୟ ଜାମିନ ମିଳିନାହିଁ। ଏହାପୂର୍ବରୁ ସଞ୍ଜୟ ସିଂଙ୍କ ଗିରଫଦାରୀ ଏବଂ ଇଡି ରିମାଣ୍ଡକୁ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ।

ସେପଟେ ଏହି ମାମଲାକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି ସଞ୍ଜୟ ସିଂ। ତାଙ୍କ ବିରୋଧରେ କୌଣସି ଟଙ୍କା ଟ୍ରେଲ୍ ନ ହେବାର ସେ ତର୍କ ଦେଇଥିଲେ। କିନ୍ତୁ ମନି ଲଣ୍ଡରିଂର ଏକ ସ୍ପଷ୍ଟ ମାମଲା ଥିବା ଇଡି କହିଥିଲା। କେବଳ ଏତିକି ନୁହେଁ, ଇଡି ସଞ୍ଜୟ ସିଂଙ୍କୁ ଏହି ମଦ ଦୁର୍ନୀତିର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ଦର୍ଶାଇଥିଲା। ମନି ଲଣ୍ଡରିଂ ଅଭିଯୋଗରେ ଇଡି ତାଙ୍କୁ ଅକ୍ଟୋବର ୪ରେ ଗିରଫ କରିଥିଲା।

ଏହାପୂର୍ବରୁ ଆଜି ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ବଢ଼ାଇଛନ୍ତି। ଆପ୍‌ ନେତାଙ୍କ ହେପାଜତ ପୂରା ହେବା ପରେ ଶୁକ୍ରବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏଠାରୁ ତାଙ୍କ ନ୍ୟାୟିକ ହେପାଜତକୁ ଜାନୁୟାରୀ ୧୯ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.